ବିଜୁ ସେତୁ ଭୁଶୁଡ଼ିବା ଘଟଣା: ସହକାରୀ ଯନ୍ତ୍ରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ବିଜୁ ସେତୁ ଭୁଶୁଡ଼ିବା ଘଟଣା: ସହକାରୀ ଯନ୍ତ୍ରୀ ଗିରଫ

ଉମରକୋଟ (ଓଡ଼ିଶା ରିପୋର୍ଟର): ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଗିରଫ କରିଛି ଉମରକୋଟ ପୁଲିସ୍। ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି। ତାଙ୍କୁ ଟିକିରିରୁ ଗିରଫ କରାଯାଇଛି।

ଉମରକୋଟ ଥାନା ତାଲାପଦରରେ ନିର୍ମାଣ ହେଉଥିବା ଏହି ସେତୁଟି ଜାନୁଆରୀ ୧୦ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ।

ଏହି ମାମଲାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ରଙ୍କ ସହିତ ଏସ୍‌ଡିଓ ନିରଞ୍ଜନ ସାହୁ ଓ ଠିକାଦାର ଆଶିଷ ବିଶ୍ୱାଳଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।

ଦୁର୍ବଳ ସେଣ୍ଟ୍ରୀଂ ଯୋଗୁ ଏହି ନିର୍ମାଣାଧୀନ ସେତୁ ଭୁଶୁଡ଼ି ଥିବା ନେଇ ବିଭାଗୀୟ ଉଚ୍ଚ ଅଧିକାରୀମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ।

The post ବିଜୁ ସେତୁ ଭୁଶୁଡ଼ିବା ଘଟଣା: ସହକାରୀ ଯନ୍ତ୍ରୀ ଗିରଫ appeared first on Odisha Reporter.



from Odisha Reporter https://ift.tt/3sAA9kA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages