୪ ଜାନୁଆରୀ, ସୋମବାର: ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

୪ ଜାନୁଆରୀ, ସୋମବାର: ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବ। ପୈତୃକ ସମ୍ପତ୍ତିକୁ ନେଇ ଭାଇମାନଙ୍କ ସହ ବିବାଦ ହୋଇପାରେ।
କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଠାରୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ପ୍ରତିକାର– ମା’ ଦୁର୍ଗାଙ୍କୁ ଲାଲ୍ ସିନ୍ଦୂର ଚଢ଼ାନ୍ତୁ ଓ ମା’ଙ୍କ ସିନ୍ଦୂର ନିଜ ମଥାରେ ଲଗାନ୍ତୁ।

ବୃଷ: ପରିବାରରେ ସୁଖଶାନ୍ତି ଅତୁଟ ରହିବ। ଯେଉଁ କାମରେ ହାତ ଦେବେ ସେଥିରେ ବିଜୟ ଲାଭ କରିବେ। ଅପେକ୍ଷାରତ ଶୁଭ ଖବରଟି ପାଇ ଆନନ୍ଦିତ ହେବେ। ପ୍ରତିକାର– ଶ୍ୱେତ ଚନ୍ଦନର ଟୀକା ମଥାରେ ଲଗାନ୍ତୁ।

ମିଥୁନ: କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର– ଶ୍ରୀ ଗଣେଶଙ୍କ ପାଖରେ ସାତଟି ପାନପତ୍ର ଚଢ଼ାନ୍ତୁ ଓ ସାତଟି ରାଶି ଲଡୁ ଭୋଗଲାଗି କରନ୍ତୁ।

କର୍କଟ: ଆପଣଙ୍କ ନାଁରେ କେହି ମିଥ୍ୟା ଅଭିଯୋଗ ଆଣିପାରନ୍ତି। ତେଣୁ ଜଗିରଖି ଚଳନ୍ତୁ। ଛୋଟ ଛୋଟ କଥାରେ ମିତ୍ରମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ। ପ୍ରତିକାର– କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ମିଷ୍ଟାନ୍ନ ଦାନ କରନ୍ତୁ।

ସିଂହ: କୌଣସି ନୂତନ ସ୍ଥାନକୁ ଭ୍ରମଣ ପାଇଁ ଯାଇପାରନ୍ତି। ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ପ୍ରତିକାର– ରକ୍ତ ଚନ୍ଦନର ଟୀକା ମଥାରେ ଲଗାନ୍ତୁ।

କନ୍ୟା: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଫଳରେ ମନ ପ୍ରଫୁଲ୍ଲ ରହିବ। ମିହଳାମାନଙ୍କ କାର୍ଯ୍ୟ ଘରେ ତଥା ବାହାରେ ପ୍ରଶଂସା ମିଳିବ। ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। କାରଣ ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ। ପ୍ରତିକାର– ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ।

ତୁଳା: କୌଣସି ଜରୁରୀ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅସମ୍ପୂର୍ଣ୍ଣ ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। ପ୍ରତିକାର– ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ବିଛା: ନୃତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ। ଜନକଲ୍ୟାଣ ମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ। ଜୀବନସାଥୀଙ୍କ ସହଯୋଗ ପାଇ ଉପକୃତ ହେବେ। ପ୍ରତିକାର– ଗାଈକୁ କିଛି ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ।

ଧନୁ: ଗୁପ୍ତଶତ୍ରୁଙ୍କ ଭୟ ମନରେ ଆଶଙ୍କା ସୃଷ୍ଟି କରିବ। ଅପ୍ରିୟ ସତ୍ୟକଥା କୁହନ୍ତୁ ନାହଁ, ନତେଚ୍ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହେବେ। ଯେଉଁ ମାନଙ୍କୁ ସାହାଯ୍ୟ କରିଥିଲେ, ସେମାନେ ଶତ୍ରୁ ସଦୃଶ ଆଚରଣ କରିବେ। ପ୍ରତିକାର– ଶ୍ରୀ ଜଗନ୍ନାଥଙ୍କୁ ସାତଟି ତୁଳସୀ ମଞ୍ଜରୀ ଚଢ଼ାନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

ମକର: ଶରୀରର କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନିନ୍ଦିତ ହୋଇପାରନ୍ତି।
ଆର୍ଥିକ ସମସ୍ୟା ଓ ପାରିବାରିକ ଅଶାନ୍ତି ମନକୁ ବ୍ୟଥିତ କରିବ। ପ୍ରତିକାର– ଅଶ୍ୱତଥ ଗଛ ମୂଳରେ ରାଶି ତେଲର ଦୀପଟିଏ ଜାଳନ୍ତୁ ଓ ଗଛ ଚାରିପଟେ ସାତଥର ବୁଲନ୍ତୁ।

କୁମ୍ଭ: ନିଜସ୍ୱ ଯୋଜନା ଅନୁସାରେ କାମ କରି ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବେ। ବ୍ୟବସାୟରେ ଉନ୍ନତି ଦେଖାଦେବ। ପ୍ରତିକାର– ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମୀନ: ଗୁପ୍ତଶତ୍ରୁମାନଙ୍କର ଷଡ଼ଯନ୍ତ୍ର ବିଫଳ ହେବ। ତେଣୁ ମନ ଖୁସି ରହିବ। ବିଳମ୍ବ ହେଲେ ମଧ୍ୟ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ପ୍ରତିକାର– ସାତଟି ଚକଲେଟ୍ ସାତଜଣ ଛୋଟ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

The post ୪ ଜାନୁଆରୀ, ସୋମବାର: ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ appeared first on Odisha Reporter.



from Odisha Reporter https://ift.tt/2KVBQbm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages