ଟ୍ରମ୍ପଙ୍କ ‘ସିକ୍ରେଟ୍ ଲେଟର’ ବାଇଡେନଙ୍କୁ ବାଧିଲା କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 20, 2021

ଟ୍ରମ୍ପଙ୍କ ‘ସିକ୍ରେଟ୍ ଲେଟର’ ବାଇଡେନଙ୍କୁ ବାଧିଲା କି?

ଓ୍ୱାଶିଂଟନ: ଆମେରିକାର ଡେମୋକ୍ରାଟିକ୍ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନ ବର୍ତ୍ତମାନ ଦେଶର ୪୬ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହାପରେ ସେ ଓଭାଲ ଅଫିସକୁ ଆସି ଦାୟିତ୍ୱ ସମ୍ଭାଳିଛନ୍ତି। ଏହି ସମୟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପାଇଁ ଏକ ଚିଠି ଛାଡିଛନ୍ତି। ଏହା ‘ସିକ୍ରେଟ୍ ଲେଟର’ ବୋଲି ଆମେରିକାରେ କୁହାଯାଏ। ଆମେରିକାରେ ଏହା ଏକ ପରମ୍ପରା। ବିଦାୟୀ ରାଷ୍ଟ୍ରପତି ସବୁବେଳେ ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ଏକ ଚିଠି ଲେଖି ଛାଡ଼ିଥାନ୍ତି।

ତେବେ ବାଇଡେନଙ୍କ ପାଇଁ ମଧ୍ୟ ଟ୍ରମ୍ପ ଏପରି ଚିଠି ଲେଖିଛନ୍ତି। ଯେଉଁଥିରେ କ’ଣ ଲେଖା ହୋଇଛି ତାହା କହି ନାହାନ୍ତି ବାଇଡେନ। ତେବେ ସେ ଟ୍ରମ୍ପଙ୍କ ସହ କଥା ହେବେ ବୋଲି କହିଛନ୍ତି। ଟ୍ରମ୍ପଙ୍କ ସହ କଥା ହେବା ପରେ ସିକ୍ରେଟ୍ ଲେଟର ବାବଦରେ ସୂଚନା ଦେବେ ବୋଲି ସେ କହିଛନ୍ତି। ହ୍ୱାଇଟ୍ ହାଉସକୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି କଲ୍ ଆସିନଥିବା ସୂଚନା ରହିଛି।

ନଭେମ୍ବରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଟ୍ରମ୍ପ ଏଯାବତ ବାଇଡେନଙ୍କ ସହ କଥା ହୋଇନାହାନ୍ତି। ଏମିତିକି ନୂଆ ସରକାରକୁ ସ୍ୱାଗତ କରିବା ପାଇଁ ଯେଉଁ ପରମ୍ପରା ରହିଛି ତାକୁ ମଧ୍ୟ ସେ ଭାଙ୍ଗିଛନ୍ତି। ଭୋଟ ଗଣତିରେ ଜାଲିଆତି ହୋଇଥିବା ଦାବି କରିଛନ୍ତି ଟ୍ରମ୍ପ। ତେଣୁ ବାଇଡେନଙ୍କୁ ଟ୍ରମ୍ପ ଦେଇଥିବା ସିକ୍ରେଟ୍ ଲେଟରରେ କ’ଣ ରହିଛି ଯଦିଓ ଜଣାନାହିଁ, ହେଲେ ଟ୍ରମ୍ପଙ୍କ ଆଚରଣ ଓ ଉଚାରଣକୁ ଦେଖିଲେ କୌଣସି ବାଧିଲା ଭଳି ଚିଠି ଲେଖିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଯେତେବେଳେ ବାରାକ ଓବାମାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ଟ୍ରମ୍ପ ରାଷ୍ଟ୍ରପତି ହୋଇଥିଲେ। ଓବାମା ମଧ୍ୟ ଟ୍ରମ୍ପଙ୍କୁ ଏକ ଚିଠି ଲେଖିଥିଲେ।

The post ଟ୍ରମ୍ପଙ୍କ ‘ସିକ୍ରେଟ୍ ଲେଟର’ ବାଇଡେନଙ୍କୁ ବାଧିଲା କି? appeared first on Odisha Reporter.



from Odisha Reporter https://ift.tt/2KxmCcs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages