ଖାଇବା ଦେବାରେ ଡେରି ହେଲା, ମା’କୁ ମାରି ଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 30, 2021

ଖାଇବା ଦେବାରେ ଡେରି ହେଲା, ମା’କୁ ମାରି ଦେଲା ପୁଅ

ଝାଡଖଣ୍ଡ: ନୃଶଂସ ପାଲଟିଲା ଜନ୍ମକଲା ସନ୍ତାନ। ବୃଦ୍ଧା ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ। କେବଳ ସେତିକି ନୁହେଁ ମା’ର ମୃତଦେହକୁ ଘର ଅଗଣାରେ ଜଳାଇ ମଧ୍ୟ ଦେଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଶ୍ଚିମ ସିଂହଭୂମି ଜିଲ୍ଲାର ଜୋଜୋଗୁଟ ଗାଁରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ମୁତାବକ, ଅଭିଯୁକ୍ତ ପୁଅ ପ୍ରଧାନ ସୋୟ ଶୁକ୍ରବାର ରାତିରେ ନିଶାଶକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲା। ଏହାପରେ ନିଜ ୬୦ ବର୍ଷୀୟ ବୃଦ୍ଧା ମା’ଙ୍କୁ ଖାଇବାକୁ ମାଗିଥିଲା ପ୍ରଧାନ। ତେବେ ମା’ ଖାଇବା ଅଣିବାରେ ଅଳ୍ପ ବିଳମ୍ବ ହୋଇଥିଲା। ଏଥିରେ ପ୍ରଧାନ ରାଗିଯାଇ ବୃଦ୍ଧ ମା’କୁ ଠେଙ୍ଗାରେ ବାରମ୍ବାର ପିଟିପିଟି ହତ୍ୟା କରିଥିଲା। ଘଟଣାସ୍ଥଳରେ ଭାଉଜ ସୋମାବାରୀ ଯେତେ ଅଟକାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ଅଭିଯୁକ୍ତ ପ୍ରଧାନ ଶୁଣିନଥିଲା। ତାଙ୍କ ଉପରେ ମଧ୍ୟ ସେ ଆକ୍ରମଣ କରିଥିଲା।

କେବଳ ସେତିକି ନୁହେଁ ହତ୍ୟା କରିବା ପରେ ମା’ର ମୃତଦେହକୁ ଲୁଚାଇବା ପାଇଁ ଘର ଅଗଣାରେ ହିଁ ଜଳାଇ ଦେଇଥିଲା ଅଭିଯୁକ୍ତ। ଏହାପରେ ଗାଁ ଲୋକେ ଖବର ପାଇ ଅଭିଯୁକ୍ତ ପୁଅକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ପୁଲିସ।

ପଚରାଉଚରା ପରେ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ୪ ବର୍ଷ ତଳେ ନିଜ ବାପାକୁ ମଧ୍ୟ ହତ୍ୟା କରିଥିଲା। ବାପାକୁ ହତ୍ୟା କରିବା ଅଭିଯୋଗରେ ସେ ଜେଲ ଯାଇଥିଲା। ନିକଟରେ ସେ ଜାମିନରେ ଘରକୁ ଆସିଥିବା ଜଣାପଡିଛି।

The post ଖାଇବା ଦେବାରେ ଡେରି ହେଲା, ମା’କୁ ମାରି ଦେଲା ପୁଅ appeared first on Odisha Reporter.



from Odisha Reporter https://ift.tt/3osCZVK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages