ଜାଳିଗଲା ହାର୍ଲି ଡାଭିଡସନ ଶୋ’ରୁମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

ଜାଳିଗଲା ହାର୍ଲି ଡାଭିଡସନ ଶୋ’ରୁମ

ନୂଆଦିଲ୍ଲୀ: ହାର୍ଲି ଡାଭିଡସନ ଶୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ । ନୂଆଦିଲ୍ଲୀ ସ୍ଥିତ ମୋତିନଗର ଅଞ୍ଚଳରେ ଥିବା ହାର୍ଲି ଡାଭିଡସନ ଶୋ’ରୁମରେ ଏହି ଅଘଟଣ ଘଟିଛି । ବିଳମ୍ବିତର ରାତିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ନିଆଁ ଲିଭା କାର୍ଯ୍ୟରେ ୨୫ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି ।

ସେପଟେ ତୃତୀୟ ମହଲାରେ ଥିବା ନାଇଟ କ୍ଲବ ଭିତରେ ଫସି ରହିଥିବା ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଭୋର ସାଢ଼େ ୫ ଟା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ନେଇ ଅଗ୍ନିଶମବାହିନୀ ସୂଚନା ଦେଇଛି ।


ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧.୩୦ ବେଳେ ହାର୍ଲି ଡାଭିଡସନ ଶୋ’ରୁମର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଧୀରେ ଧୀରେ ଏହା ଭୟଙ୍କର ରୂପ ନେଇ ତୃତୀୟ ମହଲାକୁ ମାଡିଯାଇଥିଲା । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।

The post ଜାଳିଗଲା ହାର୍ଲି ଡାଭିଡସନ ଶୋ’ରୁମ appeared first on Odisha Reporter.



from Odisha Reporter https://ift.tt/3rL1FM2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages