ଖୋଲା ବଜାରରେ ଏବେ ବିକ୍ରି ହେବନି କରୋନା ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ଖୋଲା ବଜାରରେ ଏବେ ବିକ୍ରି ହେବନି କରୋନା ଟିକା

ପୁଣେ: ଭାରତର ଖୋଲା ବଜାରରେ କୌଣସି ପ୍ରକାରର କରୋନା ଟିକା ବର୍ତ୍ତମାନ ସ୍ଥିତିରେ ବିକ୍ରି ହେବନାହିଁ। ସରକାରୀ ହିଁ ସମସ୍ତଙ୍କୁ କରୋନା ଟିକା ଦେବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ଭାରତରେ ଦୁଇଟି ଟିକାକୁ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଛି।

ଯେଉଁ ପର୍ଯ୍ୟନ୍ତ ଡିସିଜିଆଇ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ମାଗିଥିବା ରିପୋର୍ଟ ପାଇନାହାନ୍ତି, ସେ ଯାଏ ଟିକା ଗୁଡ଼ିକ କୌଣସି ପ୍ରକାରରେ ବି ଖୋଲା ବଜାରରେ ବିକ୍ରି ହୋଇପାରିବ ନାହିଁ। ଡିସିଜିଆଇ ରିପୋର୍ଟ ଯାଞ୍ଚ କରି ଅନୁମତି ଦେବା ପରେ, କମ୍ପାନୀ ଗୁଡ଼ିକ ଖୋଲା ବଜାରରେ ଏହାକୁ ବିକ୍ରି କରିବାକୁ ଅନୁମତି ପାଇପାରନ୍ତି।

ବର୍ତ୍ତମାନ ସ୍ଥିତିରେ କେବେ ଖୋଲା ମାର୍କେଟରେ ଟିକା ମିଳିବ, ସେ ବିଷୟରେ କିଛି ବି ସ୍ଥିର ହୋଇନାହିଁ। ଆସନ୍ତା ୭ରୁ ୮ ମାସ ମଧ୍ୟରେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଥିବା ବର୍ଗର ଲୋକଙ୍କୁ ସରକାର ଟିକା ଦେବାକୁ ଯୋଜନା କରିଛନ୍ତି। ଭାରତ କିମ୍ବା ବିଦେଶରେ କୌଣସି କମ୍ପାନୀକୁ ଟିକାକୁ ଖୋଲା ବଜାରରେ ବିକ୍ରି କରିବାକୁ ଅନୁମତି ମିଳିନି।

କୌଣସି ଟିକାର ସମସ୍ତ ଟ୍ରାଏଲ ରିପୋର୍ଟ ସଂପୂର୍ଣ୍ଣ ଭାବେ ସାମ୍ନାକୁ ଆସିନାହିଁ। ଏହି ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

The post ଖୋଲା ବଜାରରେ ଏବେ ବିକ୍ରି ହେବନି କରୋନା ଟିକା appeared first on Odisha Reporter.



from Odisha Reporter https://ift.tt/2MioYMM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages