କଳାହାଣ୍ଡି(ରାଜ କୁମାର ସିଂଦେଓ): ବିଶାଖାପାଟନାରୁ ବିହାର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରୁ ବାହାରିଲା ପୁଳା ପୁଳା ଗଞ୍ଜେଇ। ଏପରି ଏକ ଦୁର୍ଘଟଣା ଗତକାଲି ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅଞ୍ଚଳରେ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଜଣ ଗୁରୁତର ହୋଇଛନ୍ତି।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ପ୍ରାୟ ୪୮ କେଜି ଗଞ୍ଜେଇ ଧରି ୨ ବିହାରୀ ଯୁବକ ବିଶାଖାପାଟନାରୁ ବିହାର ଅଭିମୁଖେ ଯାଉଥିଲେ। ମାତ୍ର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ କିନେରକେଲା ବ୍ରିଜରେ ସନ୍ଧ୍ୟା ସମୟରେ କାର୍ଟି ପିଟି ହୋଇଯାଇଥିଲା। ଦୁର୍ଘଟଣା ଯୋଗୁ କାର୍ରୁ ପୁଳା ପୁଳା ଗଞ୍ଜେଇ ବାହାରି ତଳେ ପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେସିଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୪୮ କେଜି ଗଞ୍ଜେଇ ଜବତ ହୋଇଛି।
The post ବ୍ରିଜରେ ପିଟି ହେଲା କାର୍, ବାହାରିଲା ପୁଳା ପୁଳା ଗଞ୍ଜେଇ appeared first on Odisha Reporter.
from Odisha Reporter https://ift.tt/2Mmjoth
No comments:
Post a Comment