ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ୍ ପୁଲିସ୍କୁ ମିଳିଛି ବଡ଼ ସଫଳତା। ମୃତଦେହ ପଡ଼ିବା ସ୍ଥାନରୁ ପ୍ରାୟ ୨ କି.ମି ଦୂରରୁ ଆଜି କଟା ମୁଣ୍ଡ ଠାବ କରିଛି ପୁଲିସ୍। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୁଲିସ୍।
ପରକୀୟା ପ୍ରୀତିରୁ ଏହହି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ପୁଲିସ୍ ଅନୁମାନ କରୁଛି। କମିଶନରେଟ୍ ପୁଲିସ୍ ୨ ଜଣଙ୍କୁ ଧରି ଚନ୍ଦକା ଥାନାକୁ ନେଇ ପଚରାଉଚରା କରିବା ପରେ ପରକୀୟା ପ୍ରୀତି ଭଳି ଘଟଣା ସାମନାକୁ ଆସିଛି । ଧରାପଡ଼ିଥିବା ୨ ଜଣଙ୍କ ମଧ୍ୟରୁ ଜଣେ ମୃତ ମହିଳାଙ୍କ ପାଖରେ ରହି ଆସୁଥିଲେ । ଅନ୍ୟ ଜଣେ ତାଙ୍କ ପାଖକୁ ଆସୁଥିଲେ। ଦୁହିଁଙ୍କ ସହ ସଂପର୍କରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ।
ଫେବ୍ରୁଆରୀ ୪ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଦାସପୁର ରାସ୍ତାରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଅଟକ ରଖିଥିଲା। ଆଜି ଚନ୍ଦକା ଥାନାରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଓ ଫୋରେନସିକ୍ ଟିମ୍ ପହଞ୍ଚିବା ପରେ ଦୁହିଁଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା। ଏହାପରେ ଭରତପୁର ଜଙ୍ଗଲରୁ ମହିଳାଙ୍କ କଟାମୁଣ୍ଡ ଜବତ କରିଛି ପୁଲିସ୍। ମୃତ ମହିଳାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଚିହ୍ନଟ କରିଥିବା ଜଣାଯାଇଛି। ତେବେ ତଦନ୍ତ ପରେ ତାଙ୍କ ପରିଚୟ ପ୍ରକାଶ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି ।
ଅପରପକ୍ଷେ, ମିଳିଥିବା କଟାମୁଣ୍ଡଟି ଉକ୍ତ ମହିଳାଙ୍କର ନା ନୁହେଁ ତାହା ସ୍ପଷ୍ଟ କରିବା ନିମନ୍ତେ ଶରୀର ସହ ତାହାର ଡିଏନ୍ଏ ମ୍ୟାଚ୍ କରାଯିବ।। ଏଥିସହ କଟାମୁଣ୍ଡର ବ୍ୟବଚ୍ଛେଦ କରାଯିବା ସହ ଡିଏନ୍ଏ ପ୍ରୋଫାଇଲିଂ ପାଇଁ ପଠାଯିବ ବୋଲି ଫୋରେନ୍ସିକ୍ ଟିମ୍ ତରଫରୁ ସୂଚନା ଦିଆଯାଇଛି।
ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପୁଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ପ୍ରଥମେ ପ୍ରଥମେ ଅନ୍ଧାରରେ ବାଡ଼ି ବୁଲାଉଥିବା ପୁଲିସ୍ ଘଟଣାର ୭ ଦିନରେ ସଫଳତା ପାଇପାରିଛି।
ସୂଚନାରୁ ପ୍ରକାଶ, ଗତମାସ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ଅନୁସନ୍ଧାନରୁ ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ।
ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୁଲିସ ଖବର ଦେଇଥିଲା। ଜଣେ ଆଡିସିନାଲ୍ ଏସ୍ପି ରାଙ୍କର ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା । ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୁଲିସ ଘୋଷଣା କରିଥିଲା।
ସବୁ ଆଡ଼ୁ ନିରାଶ ହେବା ପରେ ଗତକାଲି ମହିଳାଙ୍କ ପରିଚୟ ଜାଣିବା ପାଇଁ NCRB ପାଖରେ ଥିବା ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଗତକାଲି କମିଶନରେଟ ପୁଲିସ୍ ପକ୍ଷରୁ କୁହାଯାଇଥିଲା। ମହିଳାଙ୍କ ବିଷୟରେ NCRBରେ ପୂର୍ବରୁ ତଥ୍ୟ ଥିଲେ ପରିଚୟ ମିଳିପାରେ ବୋଲି ଗତକାଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଥିଲେ।
ହେଲେ ଆଜି ୨ ଅଭିଯୁକ୍ତଙ୍କୁ ପୁଲିସ୍ କାବୁ କରିବା ପରେ ସେମାନେ ସବୁ ସତ ଓଗାଳିଥିବା ଜଣାଯାଇଛି।
The post ୭ ଦିନ ପରେ ମିଳିଲା ମହିଳା କଟା ମୁଣ୍ଡ appeared first on Odisha Reporter.
from Odisha Reporter https://ift.tt/3aSwMh8
No comments:
Post a Comment