ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗୋପାଳପୁର ସମୁଦ୍ର ତଟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ନେଇ ପ୍ରଶାସନର ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ନିର୍ମାଣକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଗୋପାଳପୁରର ସ୍ଥାନୀୟ ବାସିନ୍ଦା । ଗୋପାଳପୁରର ସ୍ଥାନୀୟ ମତ୍ସ୍ୟଜୀବୀ ଆଜି ରାସ୍ତା ଉପରେ ଧାରଣାରେ ବସିଛନ୍ତି ।
ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ସମୁଦ୍ର ତଟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ଲୁଫ୍ଲାଗ୍ ବିଚ୍ ନିର୍ମାଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅଞ୍ଚଳରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ୍ ରଖିବା ସହ ଏଠାରୁ ମାଛ ଧରିବାକୁ ଯାଇଥାନ୍ତି। ତେଣୁ ଯଦି, ଏଠି ସ୍ୱତନ୍ତ୍ର ବିଚ୍ ନିର୍ମାଣ ହୁଏ ତେବେ ଜୀବିକା ହରାଇବେ ଶତାଧିକ ମତ୍ସଜୀବୀ । ତେଣୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ବିରୋଧରେ ଆଜି ଗୋପାଳପୁର ମୁଖ୍ୟ ରାସ୍ତା ଉପରେ ଶହ ଶହ ଲୋକ ଧାରଣାରେ ବସିଛନ୍ତି ।
ଏନେଇ ଜଣେ ଆନ୍ଦୋଳନକାରୀ କହିଛନ୍ତି, ସେ ଜାଗା ନେଇଗଲେ, ଆମେ ବଞ୍ଚିପାରୁବୁନି। ପାର୍କ କରିବାକୁ ଆମକୁ ତଡ଼ୁଛନ୍ତି। ହେଲେ ଏଠାରୁ ଡଙ୍ଗା ଯାଉଛି। ଯାହା ଆସୁଛି ଆମେ ସେଥିରେ ବଞ୍ଚୁଛୁ। ତେଣୁ ଜାଗା ନେଇଗଲେ ଆମେ ବଞ୍ଚିବୁ କିପରି, ଖାଇବୁ କ’ଣ।
ଆଉ ଜଣେ ଆନ୍ଦୋଳନକାରୀ କହିଛନ୍ତି, “ଆମେ ଏଠାରେ ଜାଲ ରଖୁଛୁ, ଡଙ୍ଗା ରଖୁଛୁ, ମାଛ ବିକୁଛୁ। ଏ ଜାଗା ଛାଡ଼ି କୁଆଡ଼େ ଯିବୁ। ଜାଲ ଦୂରକୁ ନେଇକି ଗଲେ ବହୁ ଅସୁବିଧା ହେବ। ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ ଆମେ ଏହି ଜାଗାରେ ରହି ଆସୁଛୁ। ହେଲେ ଏବେ ଆମକୁ ଏଠାରୁ ତଡ଼ି ଦେଉଛନ୍ତି।”
The post ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣକୁ ବିରୋଧ, ଧାରଣା ଦେଲେ ମତ୍ସ୍ୟଜୀବୀ appeared first on Odisha Reporter.
from Odisha Reporter https://ift.tt/3bfmh7K
No comments:
Post a Comment