ବାଲିଗୁଡ଼ା (ଅଜିତ କୁମାର ନାୟକ): ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍। ଚାଲି ଗଲା ଦୁଇ ଜଣଙ୍କ ଜୀବନ। ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ବାଟାଗୁଡ଼ାରେ।
ସୂଚନା ଅନୁଯାୟୀ, ଏହି ତିନି ଜଣ ଗୋଟିଏ ବାଇକ୍ରେ ବାଲିଗୁଡ଼ା ଅଭିମୁଖ୍ୟ ଆସୁଥିଲେ। ତେବେ ୫୯ ନମ୍ବର ଜାତୀୟ ରାଜପଥରେ ସେମାନେ ଆସୁଥିବା ବେଳେ ବାଇକ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ଗୁରୁତର ବ୍ୟକ୍ତିଙ୍କୁ ତୁମୁଡ଼ିବନ୍ଧ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ଖବର ଲେଖାଯିବା ସୁଦ୍ଧା ମୃତ ବ୍ୟକ୍ତିମାନଙ୍କର ପରିଚୟ ମିଳିପାରି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
The post ଗଛରେ ପିଟି ହେଲା ବାଇକ୍: ୨ ମୃତ, ଜଣେ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3k72ewn
No comments:
Post a Comment