ମାଲକାନଗିରି(ଜିତେନ୍ଦ୍ର ବେଉରା): ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । ଅଳ୍ପକେ ବର୍ତ୍ତିଗଲେ ସିଆର୍ପିଏଫ ଯବାନ। ଛତିଶଗଡ ସୁକୁମା ଜିଲ୍ଲା ଅନ୍ତର୍ଗତ ନିପା ଜଙ୍ଗଲରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି ଯବାନ। ପୁଲିସକୁ ଟାର୍ଗେଟ କରି ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।
ମାଓ ଦମନ ପାଇଁ ୨୦୬ ବଟାଲିଅନର ସିଆର୍ପିଏଫ ଯବନାଙ୍କ କମ୍ବିଂ ଅପରେସନ ବେଳେ ମେଟାଲ ଡିଟେକ୍ଟର ଯୋଗେ ଏହି ଲ୍ୟାଣ୍ଡମାଇନ ଠାବ କରିଥିଲା। ପରେ ଏହାକୁ ଡିଫ୍ୟୁ କରାଯାଇଥିଲା। ଡିଫ୍ୟୁଜ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହା ଅତି ସହଜରେ ପୁଲିସ ଗାଡିକୁ ଉଡାଇ କ୍ଷତି ପହଞ୍ଚାଇ ପାରିଥା’ନ୍ତା।
The post ଅଳ୍ପକେ ବର୍ତ୍ତିଲେ ଯବାନ appeared first on Odisha Reporter.
from Odisha Reporter https://ift.tt/2MpkowO
No comments:
Post a Comment