କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବିଧାନସଭା ନିର୍ବାଚନରେ ବିଜେପିକୁ କାଉଣ୍ଟର କରିବା ପାଇଁ ମମତା ବାନାର୍ଜୀ ନୂଆ ସ୍ଲୋଗାନ ଆରମ୍ଭ କରିଥିଲେ। “ବେଙ୍ଗଲ ଚାହେଁ ନିଜ ଝିଅ’ ବୋଲି ଟିଏମସି ଚାରିଆଡ଼େ ପୋଷ୍ଟର ମାରିଥିଲା। ଏଥିରେ ମମତାଙ୍କୁ ବେଙ୍ଗଲର ଝିଅ ଭାବେ ଚିତ୍ରଣ କରାଯାଇଥିଲେ। ସେହିପରି ବିଜେପିକୁ ବାହାର ଲୋକ କହି ଟିଏମସି ପ୍ରଚାର ଆରମ୍ଭ କରିଥିଲା।
କିନ୍ତୁ ଏବେ ବିଜେପି ମମତାଙ୍କ ଏହି ସ୍ଲୋଗାନକୁ ନୂଆ ପୋଷ୍ଟର ଜାରି କରି କାଉଣ୍ଟର କରିଛି। ବିଜେପି ତା’ର ପୋଷ୍ଟରରେ ମମତାଙ୍କୁ ପଉସୀ ବୋଲି କହିଛି ଓ ନିଜର ଦଳର ମହିଳା ନେତ୍ରୀଙ୍କୁ ବେଙ୍ଗଲର ପ୍ରକୃତ ଝିଅ ଭାବେ ଚିତ୍ରଣ କରିଛି। ପୋଷ୍ଟରେ କୁହାଯାଇଛି ଯେ ‘ବେଙ୍ଗଲ ଚାହେଁ ନିଜ ଝିଅ, କିନ୍ତୁ ପିଉସୀଙ୍କୁ ନୁହେଁ।’
ଏଥିରେ ବିଜେପିର ୯ ଜଣ ନେତ୍ରୀ ଓ ମମତାଙ୍କ ଫଟୋ ରହିଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଟିଏମସି ଟିକେଟ୍ରେ ସାଂସଦ ହୋଇଛନ୍ତି। ବେଙ୍ଗଲ ନିର୍ବାଚନରେ ବିଜେପି ମମତା ଓ ଅଭିଷେକଙ୍କୁ ଟାର୍ଗେଟ କରି ପ୍ରଚାର କରୁଛି। ପିଉସୀ-ପୁତୁରା ଯୋଡ଼ି ରାଜ୍ୟକୁ ଶାସନ କରୁଛନ୍ତି। ଏଥିସହ ଟିଏମସି ଏବେ ପରିବାରବାଦ ରାଜନୀତି କରୁଛି ବୋଲି ଦଳ ଅନେକ ଥର ଅଭିଯୋଗ କରିଛି।
বাংলা তার মেয়েকেই চায়, পিসিকে নয়! pic.twitter.com/rDFYzgLZTK
— BJP Bengal (@BJP4Bengal) February 27, 2021
ଏହାକୁ କେନ୍ଦ୍ର କରି ଆଜି ବିଜେପି ବେଙ୍ଗଲ ଚାହେଁ ନିଜ ଝିଅ, କିନ୍ତୁ ପିଉସୀଙ୍କୁ ନୁହେଁ ବୋଲି ବଙ୍ଗାଲି ଭାଷାରେ ଟ୍ୱିଟ କରି ପୋଷ୍ଟର ଜାରି କରିଛି। ବିଜେପି ଜାରି କରିଥିବା ପୋଷ୍ଟରରେ ଥିବା ୯ ବେଙ୍ଗଲ ମହିଳା ନେତ୍ରୀଙ୍କ ମଧ୍ୟରେ ରୁପା ଗାଙ୍ଗୁଲି, ଦେବୋଶ୍ରୀ ଚୌଧୁରୀ, ଲୋକେଟ ଚାଟାର୍ଜୀ, ଭାରତୀ ଘୋଷ ଓ ଅଙ୍ଗନୀମିତ୍ର ପଲଙ୍କ ଫଟୋ ରହିଛି।
The post ମମତାଙ୍କୁ ବିଜେପିର ତେର୍ଚ୍ଛା ବାଣ: ପିଉସୀ ନୁହେଁ, ବେଙ୍ଗଲ ଚାହେଁ ନିଜ ଝିଅ appeared first on Odisha Reporter.
from Odisha Reporter https://ift.tt/2MvhqHb
No comments:
Post a Comment