ସୁଡ଼ଙ୍ଗ ଭିତରୁ ଏଯାଏଁ ମିଳିଲାଣି ୮ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

ସୁଡ଼ଙ୍ଗ ଭିତରୁ ଏଯାଏଁ ମିଳିଲାଣି ୮ ମୃତଦେହ

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଘଟିଥିବା ଜଳପ୍ରଳୟରେ ବର୍ତ୍ତମାନ ଯାଏଁ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ତପୋବନର ଏନଟିପିସି ସୁଡଙ୍ଗ ଭିତରୁ ୮ ଏବଂ ବାହାରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ସୁଡଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଏହା ବ୍ୟତୀତ ପୂରା ଅଞ୍ଚଳରେ ଏ ପର୍ଯ୍ୟନ୍ତ ୧୫୪ ଜଣ ନିଖୋଜ ଅଛନ୍ତି।

Tapovan Tunel

ତପୋବନ ସୁଡ଼ଙ୍ଗ ଭିତରେ ଗତ ୯ ଦିନ ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ବଡ ଧରଣର ଭଗ୍ନାବଶେଷ ଏବଂ ମାଟି କାଦୁଅ ସୁଡଙ୍ଗ ଭିତରେ ଜମା ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଫଳରେ ଏହା ଧିମେଇ ଯାଇଛି। ଟନଲ ଭିତରେ ଏଯାଏଁ ୧୪୦ ମିଟର ପର୍ଯ୍ୟନ୍ତ ଖୋଦେଇ ହୋଇଛି।

ସେପଟେ ସୁଡଙ୍ଗ ଭିତରୁ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିବା ପରେ ମୃତକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ରବିବାର ସୁଡଙ୍ଗ ଭିତରୁ ଆଲମ ପୁଣ୍ଡରୀ ନାମକ ଜଣେ ଇଲେକଟ୍ରିସିଆନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଆଲମ ପୁଣ୍ଡରୀଙ୍କ ଭାଇ କହିଛନ୍ତି, ଯେ, ଭାଇଙ୍କ ମୃତ ଖବର ଶୁଣି ମୋର ସବୁ ଆଶା ଆଉ ଭରସା ମଉଳି ଯାଇଛି।

ସେହିପରି ଟନଲରେ ଫସି ରହିଥିବା ସହରାନପୁରର ଇଂଜିନିଅର ସାଦିକ ଅଲ୍ଲିଙ୍କ ବାପା ସୁଡଙ୍ଗ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହ ଉଦ୍ଧାର ହେଉଥିବା ଦେଖି ତାଙ୍କ ଆଖି ଛଳ ଛଳ ହୋଇପଡିଛି। ସେ ଭୟରେ ଥିରି ଉଠିଛନ୍ତି ଏବଂ ତାଙ୍କ ପୁଅ ଜୀବିତ ଥିବା ଅଶା ମଧ୍ୟ ଧୀରେ ଧୀରେ ମଉଳିବାକୁ ଲାଗିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯ, ଗତ ୭ ତାରିଖରେ ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ହୋଇଥିଲା। ଏହାପରେ ଭୟଙ୍କର ଜଳପ୍ରଳୟ ସୃଷ୍ଟି ହୋଇଥିଲା। ପାଣି ମାଡରେ ଅନେକ ଲୋକ ଭାସି ଯାଇଥିଲେ। ସେହିପରି ରେନି ଗାଁ ପୁରାପୁରି ନଷ୍ଟ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁଁ ମଲାରୀ ସମେତ ଅନେକ ଗାଁ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇଛି। ଆଇଟିବିପି ଯବାନମାନେ ଲଗାତାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

The post ସୁଡ଼ଙ୍ଗ ଭିତରୁ ଏଯାଏଁ ମିଳିଲାଣି ୮ ମୃତଦେହ appeared first on Odisha Reporter.



from Odisha Reporter https://ift.tt/2N4BxMs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages