୩୦୦ ମିଟର କଟକଣା ପ୍ରସଙ୍ଗ: ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁପ୍ରିମ୍‌କୋର୍ଟ ଯିବେ ସେବାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

୩୦୦ ମିଟର କଟକଣା ପ୍ରସଙ୍ଗ: ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁପ୍ରିମ୍‌କୋର୍ଟ ଯିବେ ସେବାୟତ

ପୁରୀ(ଓଡ଼ିଶା ରିପୋର୍ଟର): ଜାତୀୟ ସ୍ମାରକ ପ୍ରାଧିକରଣ (NMA)ର ଅଧିନିୟମ ପ୍ରତ୍ୟାହାର ପାଇଁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କର ସେବା କରୁଥିବା ସେବାୟତ ମାନେ କ୍ଷତି ସହିବେ। ତେଣୁ ସେବାୟତ, ଭକ୍ତ ଓ ଭଗବାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ସେହିପରି ଜାତୀୟ ସ୍ମାରକ ପ୍ରାଧିକରଣ NMAର ପ୍ରସ୍ତାବିତ ଅଧିନିୟକୁ ବିରୋଧ କରିଛନ୍ତି ସେବାୟତ। ଶ୍ରୀମନ୍ଦିର ସମ୍ମୁଖରେ ବିଭିନ୍ନ ନିଯୋଗର ସେବାୟତମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏପରିକି ଏହି ପ୍ରସ୍ତାବିତ ଅଧିନିୟମକୁ ନେଇ ସୁପ୍ରିମକୋର୍ଟ ଯିବାକୁ ଚେତାବନୀ ଦେଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର।

ସେ କହିଛନ୍ତି, ପ୍ରଥମେ ଶ୍ରୀମନ୍ଦିରର ୭୦ ମିଟର ମଧ୍ୟରେ ଉଚ୍ଛେଦ ହେଲା। ଏବେ କହୁଛନ୍ତି ୧୦୦ ମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ କରାଯିବ। ସେତିକି ନୁହେଁ, ମନ୍ଦିର ଠାରୁ ୩୦୦ ମିଟର ଅଞ୍ଚଳରେ ଅନେକ ପ୍ରତିବନ୍ଧକ ରହିବ। ଏମିତି ହେଲେ ମନ୍ଦିର ଆଖପାଖରେ ରହୁଥିବା ସେବାୟତମାନେ କ୍ଷତିଗ୍ରସ୍ତ ହେବେ। କାଳ କାଳ ଧରି ସେମାନେ ଏଠାରେ ରହି ମହାପ୍ରଭୁଙ୍କ ସେବାୟତ କରିଆସୁଛନ୍ତି। ନୂଆ ପ୍ରସ୍ତାବିତ ନିୟମକୁ ବିରୋଧ କରାଯିବ।

ଅପରପକ୍ଷରେ ପୁରୀ ଜଗନ୍ନାଥ ଧାମ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ (NMA)ର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରସ୍ତାବିତ ଅଧିନିୟମରେ ପୁରୀ ଶ୍ରୀମନ୍ଦିରର ଶହେ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟକୁ ବାରଣ କରାଯାଇଥିବାରୁ ଏ ନେଇ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ ଆଲୋଚନା କରିଛନ୍ତି।

ଜାତୀୟ ସ୍ମାରକ ପ୍ରାଧତ୍କରଣ (NMA)ର ପ୍ରସ୍ତାବିତ ଅଧିନିୟମ ଯୋଗୁ ଶ୍ରୀମନ୍ଦିରର ବିକାଶ କାର୍ଯ୍ୟରେ ଯେପରି ବାଧା ନପହଞ୍ଚେ ସେନେଇ ଦୃଷ୍ଟି ଦିଆଯିବ ବୋଲି ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଭାବନାକୁ ବାଧା ଦେବାଭଳି କାର୍ଯ୍ୟ କରାଯିବ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଆଶ୍ୱାସନା ଦେଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ପ୍ରସ୍ତାବିତ ଅଧିନିୟମରେ କ’ଣ ରହିଛି
କେନ୍ଦ୍ର ସଂରକ୍ଷିତ ସ୍ମାରକ ଠାରୁ ୩୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ସହ ଅର୍ଥନୈତିକ ଓ ସାମାଜିକ ହସ୍ତକ୍ଷେପ ଏହି ଅଧିନିୟମ ଆଧାରରେ ହିଁ ହେବ। ଏହି ୩୦୦ ମିଟର ପରିଧିକୁ ୨ ଭାଗରେ ବିଭକ୍ତ କରାଯାଇଛି। ସଂରକ୍ଷିତ ସ୍ମାରକ ଠାରୁ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ସେଠାରୁ ଆଉ ୨୦୦ ମିଟର ଆଗକୁ ନିୟନ୍ତ୍ରିତ ଅଞ୍ଚଳ ରହିବ। କୌଣସି ବ୍ୟକ୍ତି ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ନୂଆ ନିର୍ମାଣ ବା ଖନନ କରିପାରିବେ ନାହିଁ। ସେହିପରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକ ପ୍ରାଧତ୍କରଣ (NMA)ର ଅନୁମତି ନେବାକୁ ପଡ଼ିବ।

ଶ୍ରୀମନ୍ଦିରରେ ସଂରକ୍ଷିତ ଅଞ୍ଚଳ ୯.୭ ଏକରର ହୋଇଥିବା ବେଳେ ମେଘନାଦ ପାଚେରି ଠାରୁ ନିଷିଦ୍ଧାଞ୍ଚଳ ୩୭.୦୬୧ ଏକର ଏବଂ ନିୟନ୍ତ୍ରିତ ଅଞ୍ଚଳ ୧୩୮.୩୮୫ ଏକରର ହେବ। କେବଳ ଏତିକି ନୁହେଁ, ନିୟନ୍ତ୍ରିତ ଅଞ୍ଚଳ ବାହାରେ ମଧ୍ୟ କୌଣସି ନୂଆ ନିର୍ମାଣ ଯେପରି ଦୂରରୁ ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନଆଣେ, ସେଥିପାଇଁ ଉଚ୍ଚତା ସୀମା ଧାର୍ଯ୍ୟ କରାଯାଇଛି। ଏଥିସହ ବଡ଼ଦାଣ୍ଡରେ ଏଲ୍ଇଡି ସାଇନେଜ୍ ନିଷେଧ କରାଯାଇଛି।

ପୁରୀର ଶଙ୍କରାଚାର୍ଯ୍ୟ ମନ୍ଦିର, ମହାବୀର ମନ୍ଦିର, ତିମଇ ମାତା, ତ୍ରିନାଥ ମନ୍ଦିର, କପାଳମୋଚନ ମନ୍ଦିର, ଶ୍ୱେତଗଙ୍ଗା ପୁଷ୍କରିଣୀ ଓ ମା ଚାମୁଣ୍ଡା ମନ୍ଦିରକୁ ମଧ୍ୟ ଚିହ୍ନଟ କରିଛି NMA। ସେହିପରି ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଅଧିନିୟମ ପ୍ରସ୍ତୁତ ହୋଇଛି। ଏହାକୁ ଚୂଡ଼ାନ୍ତ କରିବା ପୂର୍ବରୁ ଫେବ୍ରୁଆରୀ ୧୮ ସୁଦ୍ଧା ଜନସାଧାରଣଙ୍କ ମତାମତ ଓ ଅଭିଯୋଗ ମଗାଯାଇଛି।

The post ୩୦୦ ମିଟର କଟକଣା ପ୍ରସଙ୍ଗ: ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସୁପ୍ରିମ୍‌କୋର୍ଟ ଯିବେ ସେବାୟତ appeared first on Odisha Reporter.



from Odisha Reporter https://ift.tt/39TAM1x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages