ଭୋଜି ଖାଇ ମା’ ସହ ଫେରୁଥିଲା ଦେଢ଼ ବର୍ଷର ଝିଅ, କଚାଡ଼ି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 10, 2021

ଭୋଜି ଖାଇ ମା’ ସହ ଫେରୁଥିଲା ଦେଢ଼ ବର୍ଷର ଝିଅ, କଚାଡ଼ି ଦେଲା ହାତୀ

ବିରମିତ୍ରପୁର(ଓଡ଼ିଶା ରିପୋର୍ଟର): ବିବାହ ଭୋଜି ଖାଇ ଖୁସି ମନରେ ଘରକୁ ଫେରୁଥିଲେ ମା’ ଝିଅ। ଆଉ କିଛି ସମୟରେ ଘରେ ପହଞ୍ଚି ମଧ୍ୟ ଯାଇଥାନ୍ତେ। ହେଲେ ବିଧିର ବିଧାନ ଅଲଗା। ଘରେ ପହଞ୍ଚିବା ପୂର୍ବରୁ ବାଟରେ ହାତୀ ହାବୁଡ଼ରେ ପଡ଼ିଗଲେ ମା’ଝିଅ। ମା’ ଆଗରେ କୁନି ଝିଅଟିକୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ। ଛଟପଟ ହୋଇ ମା’ ଆଗରେ ଝିଅ ଜୀବନ ଚାଲି ଯାଇଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ମା’ ଏବେ ଜୀବନ ସହ ସଂଘର୍ଷ କରୁଛି। ଏପରି ହୃଦୟ ବିଦାୟକ ଘଟଣା ଗତକାଲି ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଅଞ୍ଚଳରେ ଘଟିଯାଇଛି।

ଗତକାଲି ରାତିରେ ଘର ନିକଟରେ ହେଉଥିବା ବିବାହ କାର୍ଯ୍ୟରେ ଯୋଗଦେଇ ମା’ ଓ ଦେଢ ବର୍ଷର ଝିଅ ଫେରୁଥିବା ବେଳେ ଘଟିଗଲା ଏହି ଅଘଟଣ ।  ହାତୀ ଆକ୍ରମଣରେ ଝିଅଟି ଆଖି ବୁଜିଥିବା ବେଳେ ମହିଳାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଏହି ଖବର ପ୍ରଚାରିତହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ଅଘଟଣ ପରେ ହାତୀଟି ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି ।

The post ଭୋଜି ଖାଇ ମା’ ସହ ଫେରୁଥିଲା ଦେଢ଼ ବର୍ଷର ଝିଅ, କଚାଡ଼ି ଦେଲା ହାତୀ appeared first on Odisha Reporter.



from Odisha Reporter https://ift.tt/2NbvaH0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages