ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପ୍ରକୃତି କାରଳ ରୂପ। ଚମୋଲି ଜିଲ୍ଲାର ଧସିଲା ବରଫ ଅତଡା। ଫଳରେ ଧୌଳିଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବରଫ ଅତଡା ଖସିବା ଫଲରେ ନଦୀରେ ପାଣି ମାଡି ଆସିବା ଯୋଗୁଁ ୫୦ରୁ ଅଧିକ ଭାସିଯାଇଥିବା ଅଶଙ୍କା କରାଯାଉଛି। ଏହି ସଂଖ୍ୟା ଆହୁରି ବଢିପାରେ । ଆହୁରି ମଧ୍ୟ ମୃତାହତଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଅନେକ ବ୍ୟକ୍ତି ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ସେପଟେ ଘଟଣାସ୍ଥଳରେ ପ୍ରଶାସନର ଏକ ଟିମ ପହଞ୍ଚି ନଦୀ ନିକଟସ୍ଥ ବସ୍ତି ଅଞ୍ଚଳକୁ ଖାଲି କରିଛି। ଚମୋଲି ଠାରୁ ହରିଦ୍ୱାର ପର୍ଯ୍ୟନ୍ତ ହାଇ ଅଲର୍ଟ ଜାରି କରାଯାଇଛି।
ସେପଟେ ବରଫ ଅତଡା ଖସିବା ଯୋଗୁଁ ତପୋବନରେ ଥିବା ଡ୍ୟାମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେତେ କ’ଣ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ସୂଚନା ମିଳିନାହିଁ। ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣାକୁ ନେଇ ହେଲପ ଲାଇନ ନମ୍ବର 9557444486 ଏବଂ 1070 ଜାରି କରିଛନ୍ତି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ସ୍ଥିତିର ସମୀକ୍ଷା କରିଛନ୍ତି । ସେ ଟୁଇଟ କରି ଅଯଥା ଗୁଜବରେ ଲୋକଙ୍କୁ ବିଶ୍ୱାସ ନକରିବା ପାଇଁ ଅନୁରୋଧ କରିଛନ୍ତି। ଚମୋଲି ଜିଲ୍ଲାରେ ହୋଇଥିବା ଦୁର୍ଘଟଣା ଉପରେ ପ୍ରଶାସନ ନଜର ରଖିଛି। ପୁଲିସ ବିଭାଗ ଏବଂ ଏନଡିଆରଏଫ ଟିମ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଥିସହ ଆଟିବିପିର ଯବାନମାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି।
ସେପଟେ ଧୌଳୀ ନଦୀକୁ ସଂଯୋଗ ହେଉଥିବା ଭାଗିରଥୀ ନଦୀର ପାଣିକୁ ଅସ୍ଥାୟୀ ରୂପେ ଅଟକାଇ ଦିଆଯାଇଛି। ଅନ୍ୟ ଅଳକନନ୍ଦା ପାଣିକୁ ଅଟକାଇବା ପାଇଁ ଶ୍ରୀନଗର ଡ୍ୟାମ ଏବଂ ଋଷିକେସ ଡ୍ୟାମକୁ ଖାଲି କରାଯାଇଛି।
The post ଧସିଲା ବରଫ ଅତଡା, ୫୦ରୁ ଅଧିକ ଭାସି ଯାଇଥିବା ଆଶଙ୍କା appeared first on Odisha Reporter.
from Odisha Reporter https://ift.tt/2YZbt7L
No comments:
Post a Comment