କାଲିଠୁ ଯୋରନ୍ଦା ମେଳା; ବାହାର ରାଜ୍ୟର ଭକ୍ତ, ସାଧୁସନ୍ଥଙ୍କୁ ମିଳିବନି ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 23, 2021

କାଲିଠୁ ଯୋରନ୍ଦା ମେଳା; ବାହାର ରାଜ୍ୟର ଭକ୍ତ, ସାଧୁସନ୍ଥଙ୍କୁ ମିଳିବନି ଅନୁମତି

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ଆସନ୍ତାକାଲି ନିରାଡମ୍ବର ଭାବେ ପାଳିତ ହେବ ମାଘ ମେଳା । ଚଳିତ ବର୍ଷ ବିନା ଭକ୍ତ ଏବଂ ସାଧୁସନ୍ଥରେ ଏହି ମେଳା ପାଳିତ ହେବ । ମୁଖ୍ୟତଃ ବାହାର ରାଜ୍ୟର ସାଧୁସନ୍ଥଙ୍କୁ ଏହି ମେଳାକୁ ବାରଣ କରାଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମହିମା ସନ୍ନ୍ୟାସୀଙ୍କୁ ନେଇ ବୈଠକରେ ରୂପରେଖ ପ୍ରସ୍ତୁତ ହୋଇଛି। କେବଳ ମହିମାଗାଦୀର ସାଧୁସନ୍ଥ ତଥା ଜିଲ୍ଲା ଭିତରର କିଛି ସାଧୁସନ୍ଥଙ୍କୁ ନେଇ ମେଳା କରିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛି । ଏହା ବ୍ୟତୀତ ଜିଲ୍ଲା ବାହାରର ସାଧୁସନ୍ଥ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇ ମେଳାରେ ଯୋଗ ଦେଇପାରିବେ । ୩ ଦିନ ଧରି ହେବାକୁ ଥିବା ଏହି ମେଳାର ପ୍ରଥମ ଓ ଦ୍ୱିତୀୟ ଦିନ ଝାଡ ଦ୍ୱୀପ ଜଳିବ।

ଯୋରନ୍ଦା ପୀଠ

ଏନେଇ ବାବା ନିତ୍ୟାନନ୍ଦ ଦାସ କହିଛନ୍ତି, ଦେଶରେ ମହାମାରୀ ବ୍ୟାପୁଥିବାରୁ ଜିଲ୍ଲାପାଳ କଟକଣା ଲାଗୁ କରିଛନ୍ତି। ହେଲେ ପ୍ରଶାସନର କଟକଣା ଶୁଣିବା ପରେ ଆମେ କାଲି ବହୁତ କାନ୍ଦିଛୁ। ସାଧୁଭକ୍ତଙ୍କ ଅନୁପସ୍ଥିତିରେ ଏପରି କାର୍ଯ୍ୟକ୍ରମ କରିବା ବହୁତ ଦୁଃଖ।

ଆୟୋଜକ ପ୍ରଶାନ୍ତ ରାଉତ କହିଛନ୍ତି, ଆସନ୍ତାକାଲିଠୁ ଯୋରନ୍ଦା ପୀଠରେ ୩ ଦିନ ପାଇଁ ବିଶ୍ୱପ୍ରସିଦ୍ଧ ମାଘ ମେଳା ଆୟୋଜିତ ହେବ। ଜିଲ୍ଲାବାସୀ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇଲେ ଦର୍ଶନ ସୁବିଧା ପାଇପାରିବେ।

ଯୋରନ୍ଦା ପୀଠ।

 

ଏ  ବର୍ଷ  କମ୍‌ ଲୋକଙ୍କୁ ନେଇ ଯୋରନ୍ଦା ମେଳା  କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବାହାର ରାଜ୍ୟରୁ କୌଣସି ସାଧୁସନ୍ଥ ଯୋଗ ଦେବେ ନାହିଁ। ଜିଲ୍ଲା ବାହାରୁ କେବଳ ରୀତିନୀତିରେ ସମ୍ପୃକ୍ତ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କୁ ଅନୁମତି ମିଳିବ। ଜିଲ୍ଲା ଭିତରେ ଯେଉଁ ସାଧୁସନ୍ଥଙ୍କ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବେ, ସେମାନେ ପ୍ରବେଶ ଅନୁମତି ପାଇବେ। ସାଧାରଣ ଲୋକଙ୍କୁ ଅନୁମତି ନାହିଁ ବୋଲି ଢେଙ୍କାନାଳ ଜିଲ୍ଲାପାଳ  ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି।

The post କାଲିଠୁ ଯୋରନ୍ଦା ମେଳା; ବାହାର ରାଜ୍ୟର ଭକ୍ତ, ସାଧୁସନ୍ଥଙ୍କୁ ମିଳିବନି ଅନୁମତି appeared first on Odisha Reporter.



from Odisha Reporter https://ift.tt/3bvTbBe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages