ମିଳୁନି ମୁଣ୍ଡ, ତନାଘନା ଚଳାଇଛି ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ମିଳୁନି ମୁଣ୍ଡ, ତନାଘନା ଚଳାଇଛି ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଦାଶପୁର ନିକଟରୁ ଗତକାଲି ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ମୁଣ୍ଡର ଟେର ପାଇପାରୁନି ପୁଲିସ୍‌। ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍‌ ତନାଘନା ଆରମ୍ଭ କରିଛି।  ହେଲେ ମୁଣ୍ଡ ମିଳୁନଥିବାରୁ ମୃତ ମହିଳାଙ୍କ ପରିଚୟ ମିଳିପାରିନି।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର  କରାଯାଇଥିଲା।   ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଗତକାଲି ଭୁବନେଶ୍ୱର ଡିସିପି, ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ମୁଣ୍ଡର  ଟେର ମିଳି ପାରି ନଥିଲା।

ଗତକାଲି ସନ୍ଧାନୀ କୁକୁର ଯାଞ୍ଚ ସମୟରେ ନିକଟସ୍ଥ ବାୟୋଟେକ ପାର୍କ ନିକଟରେ ଅଟକିଥିଲା। ଏହାପରେ ପୁଲିସ୍‌ ଉକ୍ତ ପାର୍କରେ ଥିବା ସବୁ ରୁମ୍‌କୁ ତଦନ୍ତ କରୁଛି। ମୃତଦେହ ପାଖରୁ ଛୁରୀ, ଗ୍ଲୋବସ୍ ମିଳିଥିବା ବେଳେ ତଦନ୍ତ ଲାଗି ଏ ସବୁକୁ ଫୋରେନସିକ୍ ଟିମ୍ ସଂଗ୍ରହ କରି ଲ୍ୟାବକୁ ପଠାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ପରି ଏକ ଛୁରୀ ଉକ୍ତ କଲୋନୀରୁ  ପୁଲିସ୍‌ ପାଇଥିବା ବେଳେ ସେଠାରେ ମୃତଦେହ କିମ୍ବା ହତ୍ୟାର ଲିଙ୍କ ଥିବା ସନ୍ଦେହରେ ତନାଘନା କରୁଛି ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ  ଗତକାଲି ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଚଳାଇ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ହତ୍ୟା କରାଯାଇଥିବା  କହିଥିଲେ। ଏହାଛଡ଼ା ମୃତଦେହ ନିକଟରୁ ମଦ ବୋତଲ ମିଳିଥିବାରୁ ଦୁର୍ବୃତ୍ତ ମଦ ପଇବା ପରେ ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ମହିଳା କିଏ, କେଉଁଠୁ ଆସିଲେ, ତାଙ୍କୁ କିଏ ଆଣିଲା ଆଉ କାହିଁକି ମାରିଲା, ଦୁଷ୍କର୍ମ ଉଦ୍ଦେଶ୍ୟରେ ଆଣିଥାଇପାରେ ବୋଲି ବି ଯାଞ୍ଚ  କରୁଛି ପୁଲିସ୍‌।

ମୃତ ମହିଳାଙ୍କ ପରିଚୟ ଜାଣିବା ଲାଗି ୨ଟି ଜୋନ୍‌ର ୭ଟି ଥାନାକୁ ଖବର ଦିଆଯାଇଛି। ହେଲେ କୌଣସି ଥାନାରେ ମହିଳା ନିଖୋଜ ଥିବା ନେଇ କିଛି ବି ଖବର  ମିଳିପାରି ନାହିଁ।

The post ମିଳୁନି ମୁଣ୍ଡ, ତନାଘନା ଚଳାଇଛି ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/36H64a0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages