ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର କଏନ ଗାଏବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 2, 2021

ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର କଏନ ଗାଏବ

ପାରାଦୀପ(ରମାକାନ୍ତ ନାୟକ): ୪ ବର୍ଷ ମଧ୍ୟରେ ବ୍ୟାଙ୍କରୁ ଗାଏବ ହୋଇସାରିଛି ପ୍ରାୟ ୧୫ ଲକ୍ଷ ଟଙ୍କାର କଏନ।  ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ ବେଳେ ଧରାପଡ଼ିଲା ଏହି ଏହି ହେରାଫେରି। ଏନେଇ ବ୍ୟାଙ୍କର ୪ କର୍ମଚାରୀଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ତନାଘନା ଆରମ୍ଭ କରିଛି ପୁଲିସ୍‌।  ପାରାଦୀପ ଗଡ଼ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏପରି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।

୨୦୧୬ ରୁ ୨୦୨୦ ମସିହା ମଧ୍ୟରେ  ପାରାଦୀପ ଗଡ଼ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍ ଗାଏବ ହୋଇଥିଲା। ଉକ୍ତ ସମୟରେ ଏହା କର୍ପୋରେସନ ବ୍ୟାଙ୍କ ନାଁରେ ପରଚାଳିତ ହେଉଥିଲା। ସପ୍ତାହକ ତଳେ ନୂଆ କରି ଯୋଗ ଦେଇଥିବା ବ୍ୟାଙ୍କ ମ୍ୟାନେଜର ଦାୟିତ୍ୱ ନେବା ପରେ ହେରଫେରକୁ ନେଇ ତନାଘନା ଚାଲିଛି । ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ ବେଳେ ଏପରି ହେରଫେର ସମ୍ପର୍କରେ ଜଣାପଡ଼ିବା ପରେ ବ୍ୟାଙ୍କ ମ୍ୟାନେଜର ପାରାଦୀପ ଲକ୍ ଥାନାରେ ୪ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ବ୍ୟାଙ୍କର କେହି ପୂର୍ବତନ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ଅଡିଟରୁ ହେରାଫେରି ସମ୍ପର୍କରେ ଜଣାପଡ଼ିବା ପରେ ଏ ସମ୍ପର୍କରେ ବ୍ୟାଙ୍କର ମୁଖ୍ୟାଳୟକୁ ଅବଗତ କରାଇଥିଲି। ଏହାପରେ ଥାନାରେ ଅଭିଯୋଗ କରିଥିବା ବ୍ୟାଙ୍କ ମ୍ୟାନେଜର କହିଛନ୍ତି।

The post ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର କଏନ ଗାଏବ appeared first on Odisha Reporter.



from Odisha Reporter https://ift.tt/36CCdiP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages