୬୯ ଅଧିକାରୀଙ୍କ ଦୁର୍ନୀତି ତଦନ୍ତ ଚାପି ଦେଇଛନ୍ତି ସରକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

୬୯ ଅଧିକାରୀଙ୍କ ଦୁର୍ନୀତି ତଦନ୍ତ ଚାପି ଦେଇଛନ୍ତି ସରକାର!

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର) : ୨୦୧୫ ମସିହାରୁ ୬୯ ଜଣ ଅଧିକାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପ୍ରକ୍ରିୟାକୁ ଚାପି ରଖିଛନ୍ତି ଓଡ଼ିଶା ସରକାର। ଏନେଇ ହୋଇଥିବା ଏକ ଅଭିଯୋଗକୁ ଗ୍ରହଣ କରି ଏ ସଂକ୍ରାନ୍ତରେ ଜବାବ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରିଛନ୍ତି ଲୋକାୟୁକ୍ତ। ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଏ ବିଷୟରେ ପୁଣି ଶୁଣାଣି ହେବ ବୋଲି ଲୋକାୟୁକ୍ତ ତାଙ୍କ ଆଦେଶରେ କହିଛନ୍ତି।

ଜଟଣୀର ପ୍ରଶାନ୍ତ କୁମାର ମହାପାତ୍ର ନାମକ ଜଣେ ସୂଚନା ଅଧିକାର କର୍ମୀ ପୂର୍ବରୁ ସୂଚନା ଅଧିକାରୀ ଆଇନ ବଳରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ହାସଲ କରିଥିବା ତଥ୍ୟ ଅନୁସାରେ ୨୦୧୫ ମସିହାରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ମୋଟ ୬୯ ଜଣ ଅଧିକାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଉପରେ ମାମଲା କରିବାକୁ ସରକାର ଅନୁମତି ଦେଇନାହାନ୍ତି। ଏହି ସମୟ ମଧ୍ୟରେ ଅବଶ୍ୟ ଅନ୍ୟ ୨୭୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ତେଣୁ ଏହି ୬୯ ଜଣଙ୍କ ବିରୋଧରେ କାହିଁକି ମାମଲା ଦାଏର କରିବାକୁ ସରକାର ଅନୁମତି ଦେଇନାହାନ୍ତି ତାହା ସନ୍ଦେହ ସୃଷ୍ଟି କରିଛି।

ସୂଚନା ଅଧିକାରୀ କର୍ମୀ ପ୍ରଶାନ୍ତ ମହାପାତ୍ରଙ୍କର ଅଭିଯୋଗ ଅନୁସାରେ ରାଜ୍ୟ ସରକାର ୨୦୧୫ ମସିହାରେ ୧୧୧ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ଆରମ୍ଭ କରିବାକୁ ଅନୁମତି ଦେଇଥିବାବେଳେ ୩ ଜଣଙ୍କ ବିରୋଧରେ ଅନୁମତି ଦେଇନଥିଲେ। ଠିକ ସେହିପରି ୨୦୧୬ ମସିହାରେ ୮୧ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ଆରମ୍ଭ କରିବାକୁ ଅନୁମତି ଦିଆଯାଇଥିବା ବେଳେ ୩ ଜଣଙ୍କ ବିରୋଧରେ ଅନୁମତି ମିଳି ନଥିଲା। ୨୦୧୭ ମସିହାରେ ୪୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ଆବେଦନକୁ ଅନୁମତି ମିଳିଥିବା ବେଳେ ୫ ଜଣଙ୍କୁ ସରକାରୀ ସୁରକ୍ଷା ମିଳିଥିଲା। ୨୦୧୮ ମସିହାରେ ୨୭ ଜଣଙ୍କ ବିରୋଧରେ ସରକାର ଦୁର୍ନୀତି ମାମଲା ଅନୁମତି ଦେଇଥିବା ବେଳେ ୧୮ ଜଣଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ୨୦୧୯ରେ ଏହି ସଂଖ୍ୟା ଯଥାକ୍ରମେ ହେଉଛି ୧୧ ଓ ୨୧ ଏବଂ ୨୦୨୦ରେ କୌଣସି ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ମାମଲା ଆରମ୍ଭ କରିବାକୁ ଅନୁମତି ଦିଆଯାଇ ନଥିବାବେଳେ ୧୯ ଜଣଙ୍କ ବିରୋଧରେ ଏଭିଳ ଅନୁମତି ପାଇଁ ଦରଖାସ୍ତ ହୋଇଥିଲା। ନିୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ରହିଥିବା ସାଧାରଣ ପ୍ରଶାସନ ବିଭାଗର ଅନୁମତି ନମିଳିଲେ କୌଣସି ଅଫିସରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ନେଇ ଭିଜିଲାନ୍ସ ମାମଲା ଆରମ୍ଭ କରିପାରିବ ନାହିଁ।

ଏହି ତଥ୍ୟ ସଂଯୁକ୍ତ କରି ସଂପୃକ୍ତ ସୂଚନା କର୍ମୀ ୨୦୨୦ ଡିସେମ୍ବର ୧ ତାରିଖରେ ଲୋକାୟୁକ୍ତରେ ଏକ ଆବେଦନ ଦାଖଲ କରିଥିଲେ। ଏହି ଆବେଦନକୁ ଗ୍ରହଣ କରି ଲୋକାୟୁକ୍ତ ଏ ସଂକ୍ରାନ୍ତରେ ଜବାବ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ଉପରେ ନୋଟିସ ଜାରି କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ଦେବାକୁ ସମୟ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧ ମାର୍ଚ୍ଚ ୧୫ ତାରିଖରେ ହେବାକୁ ସ୍ଥିର ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଯେତେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ହେଉଛି ସବୁ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର୍ତ୍ତୃତ୍ୱାଧୀନ ସାଧାରଣ ପ୍ରଶାସନ ବିଭାଗର ଅନୁମୋଦନ ରହିଛି। ଏହି ବିଭାଗର ବିନା ଅନୁମତିରେ କୌଣସି ଉଚ୍ଚ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ତଦନ୍ତ ହୋଇପାରିବ ନାହିଁ। ପୂର୍ବରୁ ଏହିପରି ୧୩ ଜଣ ଆଇଏଏସ, ଆଇପିଏସ୍ ପରି ଉଚ୍ଚ ପାହ୍ୟା ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତକୁ ରାଜ୍ୟ ସରକାର ଅନୁମତି ଦେଇନଥିବା କଥା ସୂଚନା ଅଧିକାରୀ ଆଇନ ଜରିଆରେ ଜଣାପଡ଼ିଥିଲା। ଏବେ ପୁଣି ଯେଉଁ ୬୯ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ଆରମ୍ଭ କରିବାର ଅନୁମତି ନଦେଇ ସରକାର ସେମାନଙ୍କୁ ପରୋକ୍ଷରେ ସୁରକ୍ଷା ଦେଇଛନ୍ତି ସେମାନଙ୍କ ମଧ୍ୟରେ କେଉଁ ପାହ୍ୟାର କେତେ ଅଫିସର ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

The post ୬୯ ଅଧିକାରୀଙ୍କ ଦୁର୍ନୀତି ତଦନ୍ତ ଚାପି ଦେଇଛନ୍ତି ସରକାର! appeared first on Odisha Reporter.



from Odisha Reporter https://ift.tt/3pRnuYY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages