ନୂଆଦିଲ୍ଲୀ: ‘ରିପବ୍ଲିକ୍ ଭାରତ’ର ଆଙ୍କର ବିକାଶ ଶର୍ମାଙ୍କର ପରଲୋକ ହୋଇଯାଇଛି। ବିକାଶ ତିନିଦିନ ଧରି ଅସୁସ୍ଥ ଥିଲେ। ହେଲେ ବୁଧବାର ସନ୍ଧ୍ୟାରେ କୈଳାସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ, ଗୋଟିଏ ପୁଅ ଓ ଝିଅ ଉପସ୍ଥିତ ଥିଲେ। ୩୫ ବର୍ଷୀୟ ବିକାଶ କାନପୁରରେ ରହୁଥିଲେ ଏବଂ ରିପବ୍ଲିକ୍ ଟିଭିରେ ‘ୟେ ଭାରତ କି ବାତ୍ ହେ’ କାର୍ଯ୍ୟକ୍ରମରେ ନଜର ଆସୁଥିଲେ।
କିଛି ଦିନ ତଳେ ସେ କୋଭିଡ୍-୧୯ରେ ସଂକ୍ରମିତ ହେବା ପରୋ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ପୁଣିଥରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଦେହାନ୍ତରେ ‘ରିପବ୍ଲିକ୍ ଟିଭି’ର ଏଡିଟର୍ ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ମର୍ମାହତ ହୋଇଛନ୍ତି। ବିକାଶ ଦେହାନ୍ତ ‘ରିପବ୍ଲିକ୍’ ନେଟୱାର୍କ ପାଇଁ ବହୁତ ବଡ଼ କ୍ଷତି ବୋଲି ଅର୍ଣ୍ଣବ କହିଛନ୍ତି।
दुखद खबर: 'ये भारत की बात है' के एंकर विकास शर्मा का निधन। इस दुखद घड़ी में विकास को भावभीनी श्रद्धांजलि। रिपब्लिक परिवार इस दुख की घड़ी में विकास के शोक संतप्त परिवार के साथ है। pic.twitter.com/Zdsf04dfus
— रिपब्लिक.भारत (@Republic_Bharat) February 4, 2021
ଅର୍ଣ୍ଣବ କହିଛନ୍ତି, ବିକାଶଙ୍କ ଆଙ୍କରିଂ ଶୈଳୀ ଭିନ୍ନ ଥିଲା। ଏବେ ମୁଁ ବିଶ୍ୱାସ କରିପାରୁନି ଯେ ବିକାଶ ଆଉ ଆମ ଗହଣରେ ନାହାନ୍ତି। ବିକାଶ ମାଟି ସହ ଜଡ଼ିତ ଥିବା ଆଙ୍କର ଥିଲେ। ତାଙ୍କର ଆଙ୍କରିଂ ଶୈଳୀକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ। ଏତେ କମ୍ ବୟସରେ ସେ ଆମକୁ ଏମିତି ଛାଡ଼ିଯିବେ ବୋଲି କେକେବି ବିଶ୍ୱାସ କରିପାରୁନି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ସେହିପରି ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ମଧ୍ୟ ବିକାଶ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି।
The post ‘ରିପବ୍ଲିକ୍ ଭାରତ’ର ଆଙ୍କର୍ ବିକାଶ ଶର୍ମାଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3aCFLTu
No comments:
Post a Comment