ରେଳ ଭିତ୍ତିଭୂମି ପାଇଁ ଓଡ଼ିଶାକୁ ମିଳିଲା ୫,୫୨୮ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 3, 2021

ରେଳ ଭିତ୍ତିଭୂମି ପାଇଁ ଓଡ଼ିଶାକୁ ମିଳିଲା ୫,୫୨୮ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରାଯିବ ଏଥିଲାଗି ଚଳିତ ବଜେଟରେ କେନ୍ଦ୍ର ସରକାର ୫ ହଜାର ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ଗୋୟଲ ଦାବି କରିଛନ୍ତି ।

ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି। ନିର୍ମାଣାଧିନ ମୋଟ୍ ୪, ୮୭୭ କିଲୋମିଟର ଲାଇନ ପାଇଁ ହୋଇଥିବା ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ଅଟ୍ଟକଳରେ ଏହା ଏକ ଅଂଶ ବୋଲି କୁହାଯାଇଛି ।

୨୮୯ କିଲୋମିଟର ଲମ୍ବର ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳପଥ ପାଇଁ ୫୦୦ କୋଟି ଟଙ୍କା, ୯୮.୭ କିଲୋମିଟର ଲମ୍ବର ଅନୁଗୁଳ-ସୁକିନ୍ଦା ରୋଡ୍ ପାଇଁ ୪୦୦ କୋଟି ଟଙ୍କା, ୮୨ କିଲୋମିଟର ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି ଟଙ୍କା, ୧୫୪ କିମି ତାଳଚେର-ବିମଳାଗଡ଼ ପାଇଁ ୧୦ କୋଟି ଟଙ୍କା, ୧୩୦ କିଲୋମିଟର ଜୟପୁର-ମାଲକାନାଗିରି ରୁଟ୍ ପାଇଁ ୨୮ କୋଟି ଟଙ୍କା, ୩୮ କିଲୋମିଟର ଲମ୍ବର ଜୟପୁର-ନବରଙ୍ଗପୁର ପାଇଁ  ୧୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ରେଳମନ୍ତ୍ରୀ ।

ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫ କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି। ଆଜି ଏନେଇ ପୂର୍ବତଟ ରେଳପଥ ବିଧିବଦ୍ଧ ଭାବେ ସୂଚନା ଦେବ। ତେବେ ରାଜ୍ୟରେ ରେଳ ପ୍ରକଳ୍ପ ଗୁଡ଼ିକ ପାଇଁ ଓଡ଼ିଶା ସରକାର ୭୨୦୦ କୋଟି ଟଙ୍କା ଦାବି କରିଥିବାବେଳେ କେନ୍ଦ୍ର ସରକାର ୫ ହଜାର ୫୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

The post ରେଳ ଭିତ୍ତିଭୂମି ପାଇଁ ଓଡ଼ିଶାକୁ ମିଳିଲା ୫,୫୨୮ କୋଟି appeared first on Odisha Reporter.



from Odisha Reporter https://ift.tt/39LUQTv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages