ସୁନ୍ଦରଗଡ଼(ବିଜୟ ବରୁଆ): ଟୋକନ ଥାଇ ବି ଧାନ ବିକି ପାରୁନାହିଁ ଚାଷୀ। ଯେହେତୁ ଜିଲ୍ଲାରେ ଧାନ କିଣା ଟାର୍ଗେଟ ସରିଯାଇଛି ତେଣୁ ବହୁ ଚାଷୀ ଆଉ ଧାନ ବିକି ପାରୁ ନାହାନ୍ତି। ତେଣୁ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଟାର୍ଗେଟ ବଢାଇବା ପାଇଁ ଦାବି କରିଛନ୍ତି ଚାଷୀ। ଏଥିନିମନ୍ତେ ଗତକାଲି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘେରିଥିବା ବେଳେ ଆଜି ସୁନ୍ଦରଗଡ଼ ସର୍କିଟ ହାଉସ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ଉତ୍ତ୍ୟକ୍ତ ଲୋକ ।
ଗତକାଲି ମନ୍ତ୍ରୀ ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସେଠାରେ ଚାଷୀମାନେ ତାଙ୍କୁ ଘେରିବା ସହ ଟାର୍ଗେଟ ବଢାଇବା ପାଇଁ ଦାବି ଜଣାଇଥିଲେ । ମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଟାର୍ଗେଟ ବଢାଇବା ପାଇଁ କଥା ଦେଇଥିଲେ । ତେବେ ଆଜି ପୁଣି କିଛି ଚାଷୀ ଆସି ସର୍କିଟ ହାଉସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଟାର୍ଗେଟ ନବଢାଇଲେ ଯିବା ପାଇଁ ଦେବୁ ନାହିଁ ବୋଲି ଚାଷୀ ଦାବି ଜଣାଇଛନ୍ତି। ଏପରିକି ଚାଷୀମାନେ ରାସ୍ତା ଉପରେ ଧାରଣାରେ ବସିଥିବା ଜଣାଯାଇଛି। ଏହାପରେ ପୁଲିସ୍ ଫୋର୍ସ ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରିବା ପରେ ମନ୍ତ୍ରୀ ସେଠାରୁ ଯାଇଥିବା ଜଣାଯାଇଛି।
ତେବେ ଧାନ ରହିଯାଇଥିବାରୁ ଲୋକେ କ୍ଷୋଭ, ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ। ସୁନ୍ଦରଗଡ଼ ଜିଲ୍ଲା ଚାଷୀଙ୍କ ପାଇଁ କିପରି ଟାର୍ଗେଟ ବଢ଼ାଯାଇପାରିବ ସେଥିପ୍ରତି ନିଜେ ଦୃଷ୍ଟି ଦେବି। ଘଟଣା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଲେ ମନ୍ତ୍ରୀ।
ଏହାପରେ ମନ୍ତ୍ରୀ ଆଉ ୨ଟି ସାଧାରଣ ସଭାରେ ଯୋଗ ଦେବା ପରେ ଭୁବନେଶ୍ୱର ଅଭିମୁଖେ ବାହାରି ଯାଇଥିବା ଜଣାଯାଇଛି।
The post ମନ୍ତ୍ରୀଙ୍କୁ ଚାଷୀଙ୍କ ଧମକ, କହିଲେ: ’ଧାନ କିଣା ଟାର୍ଗେଟ ନ ବଢ଼ାଇଲେ ଛାଡ଼ିବୁ ନାହିଁ ’ appeared first on Odisha Reporter.
from Odisha Reporter https://ift.tt/3qad9Yn
No comments:
Post a Comment