ନକଲି ମୃଦୁ ପାନୀୟ ବିକ୍ରି କରୁଥିଲେ, ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 2, 2021

ନକଲି ମୃଦୁ ପାନୀୟ ବିକ୍ରି କରୁଥିଲେ, ବନ୍ଧା ହେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟା୍କ୍ଟ୍ରି ମାଲିକ ଶ୍ରପତ୍ତି ରଞ୍ଜନ ବେହେରା। ଭୁବନେଶ୍ୱର ମଞ୍ଚେଶ୍ୱରରେ ବର୍ଷ ବର୍ଷ ଧରି ସମସ୍ତଙ୍କ ସାମନାରେ ବେଧଡ଼କ ଭାବେ ନକଲି ମୃଦୁ ପାନୀୟ  ଫ୍ୟା୍କ୍ଟ୍ରି ଚଳାଇଥିବା  ଶ୍ରପତ୍ତିଙ୍କୁ ଶେଷରେ ବାନ୍ଧିଲା ପୁଲିସ୍‌। ଗତକାଲି ଚଢ଼ାଉ କରି ଫ୍ୟା୍କ୍ଟ୍ରି ସିଲ୍ କରିଥିଲା ପୁଲିସ୍‌।

ସୂଚନାଯୋଗ୍ୟ, ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ  ବର୍ଷ ବର୍ଷ ଧରି ବେଧଡକ ଚାଲିଥିଲା ଦୁଇ ନମ୍ବରି କାରବାର। ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ଏହି କାରବାର ଚାଲୁଥିଲେ ମଧ୍ୟ କେହି ଏହାର ଟେର ପାଇପାରୁ ନ ଥିଲେ। ଏପରିକି ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା ।

ହେଲେ କୋଲ୍ଡ ଡ୍ରିଙ୍କସରେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତା’ର କଣ ପ୍ରଭାବ ରହିବ, ତାର ଯାଞ୍ଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ । ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡ ଭଳି ସମାନ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ ତିଆରି ହେଉଥିଲା ।

ବ୍ରାଣ୍ଡେଣ୍ଡ କୋଲ୍ଡ ଡ୍ରିଙ୍କସ ବୋତଲ ପରି ଏହି ବୋତଲ ରହୁଥିବା ବେଳେ ନାଁରେ କରାଯାଉଥିଲା ସାମାନ୍ୟ ପରିବର୍ତ୍ତନ। ଫଳରେ ଯେକୌଣସି ଲୋକ ସହଜରେ ଧୋକା ଖାଇଯିବାର ଆଶଙ୍କା ବି ରହିଛି।   ଆଖି ଧୋକାଖାଇଗଲେ କଥା ସରିଲା ।  କାରଣ  ଏହା ସ୍ୱାସ୍ଥ୍ୟ ପ୍ରତି ବେଶ୍ ହାନୀକାରକ।  ଏହାପରେ ଗାଁ ଗହଳିରେ ବେଶ୍‌ ଖୋଳତାଡ଼ ହେଉ ନ ଥିବାରୁ ବିକ୍ରି ପାଇଁ ଏହାକୁ ବେଶ୍ ଆରାମରେ ବିଭିନ୍ନ ଗାଁକୁ ପଠାଇ ଦିଆଯାଉଥିଲା।

କାରଖାନାରେ ତିଆରି ହେଉଥିବା ନକଲି ମୃଦୁ ପାନୀୟରେ ସୋ଼ଡିଅମ୍ ବେଞ୍ଜୋଟ୍ ଏବଂ ସାଇଟ୍ରିକ ଏସିଡ୍ ଭଳି କେମିକାଲ ମିଶାଯାଉଥିଲା।  ଯାହାର ପରିମାଣ ସଠିକ ନରହିଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ ବୋଲି ଆଲୋଚନା ହେଉଛି।

The post ନକଲି ମୃଦୁ ପାନୀୟ ବିକ୍ରି କରୁଥିଲେ, ବନ୍ଧା ହେଲେ appeared first on Odisha Reporter.



from Odisha Reporter https://ift.tt/3aIPOXh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages