୧୧ ମାସ ପରେ ଆଜିଠୁ ଆରମ୍ଭ ହେବ ଟ୍ରେନ୍‌ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

୧୧ ମାସ ପରେ ଆଜିଠୁ ଆରମ୍ଭ ହେବ ଟ୍ରେନ୍‌ ସେବା

ଶ୍ରୀନଗର: ଦୀର୍ଘ ୧୧ ମାସ ପରେ କଶ୍ମୀର ଉପତ୍ୟକା ଓ ଜମ୍ମୁ ଡିଭିଜନ ମଧ୍ୟରେ ଆଜିଠାରୁ ଟ୍ରେନ୍‌ ସେବା ଆରମ୍ଭ ହେବ। ମହାମାରୀ କରୋନା ଯୋଗୁ ୧୧ ମାସ ହେଲା କଶ୍ମୀର ଓ ଜମ୍ମୁ ମଧ୍ୟରେ ଟ୍ରେନ୍ ଗଡ଼ୁ ନଥିଲା। ହେଲେ ଆଜି ବାରମୁଲ୍ଲାରୁ ବନିହାଲ ମଧ୍ୟରେ ଟ୍ରେନ ଗଡ଼ିବ।

ଜଣେ ରେଳ ଅଧିକାରୀ କହିଛନ୍ତି, ଦୀର୍ଘ ମାସ ପରେ ଟ୍ରେନ୍‌ ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଗତକାଲି ୧୩୭ କିମିର ଡ୍ରାଏ ରନ୍‌ କରାଯାଇଥିଲା। ବାରମୁଲ୍ଲାରୁ ବନିହାଲ ଯାଏ ବିନା ଯାତ୍ରୀରେ ଟ୍ରେନ୍‌ ଚଳାଚଳ କରି ଆମେ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଛୁ। ଆଜି ଦିନ ୧୧.୨୬ରୁ ବନିହାଲରୁ ଗୋଟିଏ ଟ୍ରେନ୍‌ ବାରମୁଲ୍ଲା ଯିବ। ସେହିପରି ବାରମୁଲ୍ଲାରୁ ଆଉ ଏକ ଟ୍ରେନ୍‌ ସକାଳ ୯.୧୦ରେ ବନିହାଲ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

ଦୈନିକ ଦୁଇଟି ଟ୍ରେନ୍‌ ଏହି ଦୁଇ ସ୍ଥାନ ମଧ୍ୟରେ ଚଳାଚଳ କରିବାକୁ ପ୍ରାରମ୍ଭିକ ଭାବେ ନିଷ୍ପତ୍ତି ହୋଇଛି। ସ୍ଥିତିକୁ ଦେଖି ଟ୍ରେନ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ବାରମୁଲ୍ଲାରୁ ବନିହାଲ ମଧ୍ୟରେ ୧୭ଟି ଷ୍ଟେସନ ରହିଥିବା ସେ ସୂଚନା ଦେଇଛନ୍ତି।

The post ୧୧ ମାସ ପରେ ଆଜିଠୁ ଆରମ୍ଭ ହେବ ଟ୍ରେନ୍‌ ସେବା appeared first on Odisha Reporter.



from Odisha Reporter https://ift.tt/3dHNAKu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages