ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ପୁଲିସ୍କୁ ମିଳିଲା ଆଉ ଏକ ସଫଳତା । ଝରାଫୁଲର ମୃତଦେହ ବୁହା ହୋଇଥିବା ସ୍କୁଟରକୁ ଜବତ କରିବା ପରେ ଘଟଣା ଦିନ ଅଭିଯୁକ୍ତ ରାକେଶ ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଜବତ କଲା ପୁଲିସ୍। ଏଥିସହ ରାକେଶ ବ୍ୟବହାର କରିଥିବା ମୋବାଇଲ୍ ବି ଜବତ ହୋଇଛି।
୨୬ ତାରିଖରେ ଝରାଫୁଲ ସହ ବୁଲାବୁଲି କରିବା ସହ ଗେଷ୍ଟ ହାଉସ୍ରେ ଥିବା ବେଳେ ଏହି ଡ୍ରେସ ପିନ୍ଧିଥିଲା ରାକେଶ। ପରେ ଡ୍ରେସ ସହ ମୋବାଇଲକୁ ନିଜ ଘରେ ଲୁଚାଇ ରଖିଥିବା ବେଳେ ତାହାକୁ ଜବତ କରିଛି ପୁଲିସ୍। ଜବତ ସାର୍ଟ, ପ୍ୟାଣ୍ଟକୁ ପରୀକ୍ଷା ପାଇଁ ପଠାଯାଇପାରେ। ଏଥିସହ ଜବତ ମୋବାଇଲରୁ ରାକେଶ କାହାକୁ ଫୋନ୍ କରିଥିଲା, କ’ଣ ଚାଟ କରିଥିଲା ତାହା ଜଣାପଡ଼ିପାରେ। ଅପରପକ୍ଷେ, ୩ ଦିନିଆ ରିମାଣ୍ଡ ସରୁଥିବାରୁ ରାକେଶକୁ ଆଜି କୋର୍ଟରେ ହାଜର କରାଯିବ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ସିନ୍ ରିକ୍ରିଏସନ୍ ବେଳେ ରାକେଶ ସ୍ୱାଇଁ ସ୍କୁଟର ସଂପର୍କରେ ସୂଚନା ଦେଇଥିଲା। ତା’ପରେ ଭୁବନେଶ୍ୱର ନିକଟ ସୁନ୍ଦରପଦା ଅଞ୍ଚଳରୁ ଏକ ବୁଦା ମୂଳରୁ ସ୍କୁଟରଟିକୁ ଜବତ କରାଯାଇଥିଲା। ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ରାକେଶ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ। କିନ୍ତୁ ଏଯାଏ ରାକେଶର ସହଯୋଗୀ ଶକ୍ତିଶେଖର ପୁଲିସ୍ ହାତରେ ପଡ଼ି ନାହିଁ। ଝରାଫୁଲଙ୍କ ମୃତଦେହକୁ ସ୍କୁଟରରେ ବୋହି ନେଇ ବାଟରେ ଫିଙ୍ଗିବାରେ ସେ ରାକେଶଙ୍କୁ ସହଯୋଗ କରିଥିଲା।
ପୂର୍ବରୁ ସିସିଟିଭି ଫୁଟେଜ, ସ୍କୁଟର, ମୋବାଇଲ ଜବତ ସହ ଘଟଣା ପୂର୍ବ ରାତିରେ ରାକେଶ ଓ ଝରାଫୁଲ ରହିଥିବା ଗେଷ୍ଟ ହାଉସରେ ବି ଯାଞ୍ଚ ସରିଛି। ହେଲେ ଝରାଫୁଲର ଫୋନ୍ ଏ ଯାଏ ମିଳିନି।
ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ରାକେଶ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲା।
ଝରାଫୁଲ ମୃତଦେହ ଫୋପାଡ଼ିବା ସମୟରେ ତାହାଠୁ କିଛି ଦୂରକୁ ତା’ ଫୋନ ଫୋପାଡ଼ିଥିବା ପୁଲିସ୍କୁ କହିଥିଲା ରାକେଶ। କିନ୍ତୁ ବହୁ ଖୋଜାଖୋଜି ପରେ ବି ତାହା ପାଇପାରିନି ପୁଲିସ୍।
ପ୍ରାୟ ସପ୍ତାହେରୁ ଊର୍ଦ୍ଧ୍ୱ ହେବ ଏହି ଘଟଣା ଘଟିଥିଲେ ବି ବହୁ ଅଡ଼ୁଆ ଖିଅକୁ ସଜାଡ଼ି ପାରିନି ପୁଲିସ୍। ଏଯାଏ ଝରାଫୁଲ ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ରାକେଶ ମଧ୍ୟ ଏନେଇ କିଛି ଜାଣି ନାହିଁ ବୋଲି କହୁଛି।
ପୂର୍ବରୁ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଥିବା ବେଳେ ଏନେଇ ପୁଲିସ୍ ଗଣମାଧ୍ୟମକୁ କିଛି ନାହିଁ। ଅପରପକ୍ଷେ ଭିସେରା ରିପୋର୍ଟ ଆଜି ଆସିପାରେ। ଏହାପରେ ମୃତ୍ୟୁର କାରଣ ନେଇ ଠୋସ୍ ପ୍ରମାଣ ମିଳିପାରେ ବୋଲି ଆଲୋଚନା ହେଉଛି ।
The post ଝରାଫୁଲ ମୃତ୍ୟୁ ମାମଲା; ସ୍କୁଟର ପରେ ମିଳିଲା ଏହି ସବୁ ଜିନିଷ appeared first on Odisha Reporter.
from Odisha Reporter https://ift.tt/3pR2hhO
No comments:
Post a Comment