ଗ୍ରାହକ ସାଜି ଦେହଜୀବୀଙ୍କ ସହ ମୁଲଚାଲ କଲା ପୁଲିସ୍‌, ତା’ ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 13, 2021

ଗ୍ରାହକ ସାଜି ଦେହଜୀବୀଙ୍କ ସହ ମୁଲଚାଲ କଲା ପୁଲିସ୍‌, ତା’ ପରେ…

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଦେହଜୀବୀଙ୍କୁ ଧରିବାକୁ ଗ୍ରାହକ ସାଜିଲା ପୁଲିସ୍‌। ମୁଲଚାଲ କରି କଥା ଛିଣ୍ଡାଇଲା। ଶେଷରେ ଟିମ୍‌ ସହ ଚଢ଼ାଉ କରି କାବୁ କଲା। ୨ ରୂପଜିବୀଙ୍କ ସମେତ ୨  ଗ୍ରାହକଙ୍କୁ କାବୁ କଲା  ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ପୁଲିସ୍‌ ।

ଓଡଗାଁ ଆଦର୍ଶ ଥାନା ଅଧୀନ ଅଖାରିଆ ଗାଁର ବସନ୍ତ ନାୟକଙ୍କ ଘରେ ସେକ୍ସ ରକେଟ ଚାଲୁଥିବା ନେଇ  ଓଡଗାଁ ପୁଲିସ୍‌ ପାଖରେ ଖବର ଥିଲା l ଗତକାଲି ଦୁଇଜଣ ଦେହଜୀବୀ ସେଠାକୁ ଯାଇଥିବା ଖବର ପାଇ ନିଜେ ଗ୍ରାହକ ହୋଇ ଯାଇଥିଲା ପୁଲିସ୍‌ l ଦେହଜୀବୀ ଓ କିଙ୍ଗପିନ ବସନ୍ତ ସହିତ ମୁଲଚାଲ ମଧ୍ୟ ହୋଇଥିଲା l ତେବେ ଗ୍ରାହକ ପୁଲିସ୍‌ ବାବୁ ବାହାରକୁ ଆସି ପୁରା ଟିମ୍‌ ସହିତ ଘର ଉପରକୁ ଚଢ଼ାଉ କରିଥିଲେ l

ଘଟଣାସ୍ଥଳରୁ ୨ ଦେହଜୀବୀ ଉଦ୍ଧାର ସହ  ମଦ ବୋତଲ, ସିଗାରେଟ ଓ ଅନେକ ଆପତିଜନକ ଜିନିଷ ପୁଲିସ୍‌ ଜବତ କରିଛି l ଦେହଜୀବୀଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ ଷ୍ଟେ ହୋମକୁ ଛଡ଼ାଯାଇଛି l କିଙ୍ଗପିନ ବସନ୍ତକୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣା ପଡ଼ିଛି ।

The post ଗ୍ରାହକ ସାଜି ଦେହଜୀବୀଙ୍କ ସହ ମୁଲଚାଲ କଲା ପୁଲିସ୍‌, ତା’ ପରେ… appeared first on Odisha Reporter.



from Odisha Reporter https://ift.tt/3dhRoSR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages