ଡରାଉଛି କରୋନା ସଂକ୍ରମଣ: ସବୁ ରାଜ୍ୟକୁ କେନ୍ଦ୍ର ଲେଖିଲା ଏମିତି ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 20, 2021

ଡରାଉଛି କରୋନା ସଂକ୍ରମଣ: ସବୁ ରାଜ୍ୟକୁ କେନ୍ଦ୍ର ଲେଖିଲା ଏମିତି ଚିଠି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖାଯାଇଛି। ଲୋକମାନେ ଯେମିତି ଠିକ୍‌ ଭାବେ କରୋନା କଟକଣା ମାନି ମାସ୍କ ପିନ୍ଧିବେ, ନିୟମିତ ହାତ ଧୋଇବେ ଓ ସାମାଜିକ ଦୂରତା ପାଳନ କରିବେ, ତା’ର ବ୍ୟବସ୍ଥା କଡ଼ିକଡ଼ି କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ଲୋକମାନେ ଠିକ୍‌ ଭାବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ପାଳନ କରୁନାହାନ୍ତି। ବିଶେଷ କରି ଭିଡ଼ ଜମୁ ଥିବା ସ୍ଥାନରେ ଲୋକଙ୍କ ବେପରୁଆ ଆଚରଣ ପାଇଁ ସଂକ୍ରମଣ ବଢ଼ୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖିଥିବା ଚିଠିରେ କହିଛନ୍ତି ଯେ “୫ ମାସ ହେଲାଣି ଦେଶରେ କରୋନା ସଂକ୍ରମଣ ଆଶତୀତ ଭାବେ ହ୍ରାସ ପାଇବାରେ ଲାଗିଥିଲା। ଦୈନିକ ସଂକ୍ରମଣ ଠାରୁ ଆରମ୍ଭ କରି ଆକ୍ଟିଭ କେସ୍‌ ସବୁ ରାଜ୍ୟରେ କମିଥିଲା।

କିନ୍ତୁ କିଛି ସପ୍ତାହ ହେଲା ଦେଖିବାକୁ ମିଳୁଛି ଯେ ପୁଣିଥରେ କରୋନାର ସଂକ୍ରମଣ ଗ୍ରାଫ ଉପର ମୁହାଁ ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ନିୟମିତ ଭାବେ ବଢ଼ିବାରେ ଲାଗିଛି। ସମୀକ୍ଷାରୁ ଜଣାପଡ଼ିଛି ଯେ କରୋନା ପାଇଁ ଜାରି କଟକଣାକୁ ଠିକ୍‌ ଭାବେ ପାଳନ କରାଯାଉ ନଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ଆଗକୁ କରୋନା ସଂକ୍ରମଣ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ସେହିପରି ବିଭିନ୍ନ ପର୍ବପର୍ବାଣୀ ମଧ୍ୟ ଆସୁଛି। ଏହି ସମୟରେ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକ ରହିଛି। ତେଣୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କରୋନା କଟକଣାକୁ କଡ଼ାକଡ଼ି ଭାବେ କେମିତି ପାଳନ କରାଯିବ, ତା’ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।”

ଆଜି ଦେଶରେ ପ୍ରାୟ ୪୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ରରେ ସଂକ୍ରମଣ ରୋକିବାକୁ ଏକାଧିକ କଟକଣା ଲାଗୁ କରାଯାଇଛି। ତଥାପି ଏଠାରେ ପଜିଟିଭ ହାର ବଢ଼ିବାରେ ଲାଗିଛି।

The post ଡରାଉଛି କରୋନା ସଂକ୍ରମଣ: ସବୁ ରାଜ୍ୟକୁ କେନ୍ଦ୍ର ଲେଖିଲା ଏମିତି ଚିଠି appeared first on Odisha Reporter.



from Odisha Reporter https://ift.tt/38ZgjHw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages