ନୂଆଦିଲ୍ଲୀ: ବିବାଦରେ ବାବୁଲ ସୁପ୍ରିଓ। ପାର୍ଟି ଅଫିସ ଭିତରେ ଦେଖାଇଲେ ଦାଦାଗିରି। କଥିତ ରୂପେ ଜଣେ ବ୍ୟକ୍ତିଙ୍କୁ ମାରିଲେ ଚାପୁଡ଼ା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟୋଲିଗଞ୍ଜ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ତାଙ୍କର ଚାପୁଡା ମାରିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।
ସୋମବାର ଭାଇରାଲ ହୋଇଥିବା ଏହି ଭିଡିଓରେ ବଲିଉଡ ଗାୟତ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ଚାପୁଡା ମାଡ ଖାଇଥିବା ବ୍ୟକ୍ତି ଜଣକ ବାବୁଲ ସୁପ୍ରିଓଙ୍କୁ ବାରମ୍ବାର ଟିଭି ସାମ୍ନାରେ ଆସିବା ଏବଂ ସାକ୍ଷାତକାର ଦେବା ବଦଳରେ ପ୍ରଚାରରେ ଅଧିକ ଜୋର ଦେବା ପାଇଁ କହୁଥିବା ଶୁଣିବାକୁ ମିଳିଛି।
ସେପଟେ ଏହି ଭାଇରାଲ ଭିଡିଓକୁ ନେଇ ସଫେଇ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ। ଚାପୁଡା ମାରିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସେ ଚାପୁଡା ମାରି ନାହାନ୍ତି, ଚାପୁଡା ମାରିବା ପାଇଁ କେବଳ ହାତ ଉଠାଇ ଇସାରା କରିଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଟିଏମ୍ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ବାବୁଲ ଯେଉଁ ବ୍ୟକ୍ତିଙ୍କୁ ଚାପୁଡା ମାରିଥିଲେ ସେହି ବ୍ୟକ୍ତି ଜଣକ ଟିଏମ୍ସିର ନା ବିଜେପିର ତାହା ଦଳ ଜାଣିବାକୁ ଚାହୁଁଛି।
ରବିବାର ଦିନ ଟୋଲିଗଞ୍ଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଣୀକୁଥି ଅଞ୍ଚଳରେ ଥିବା ବିଜେପି ଅଫିସ ଭିତରେ ଏ ସମସ୍ତ ଘଟଣା ଘଟିଛି।
The post ବାବୁଲ ସୁପ୍ରିଓଙ୍କ ଦାଦାଗିରି, ପାର୍ଟି ଅଫିସ ଭିତରେ ମାରିଲେ ଚାପୁଡ଼ା appeared first on Odisha Reporter.
from Odisha Reporter https://ift.tt/3df80Ji
No comments:
Post a Comment