ନୂଆଦିଲ୍ଲୀ: ଛାତି ଥରାଇ ଦେବା ଭଳି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ୪ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ଏତେ ଭୟଙ୍କର ରୂପ ନେଇଥିଲା ଯେ ଶେଷରେ ୨ ଜଣ ଜୀବନ ହରାଇଛନ୍ତି। ବାରମ୍ବାର ଛୁରୀ ଭୁସାଭୁସି ଓ ମୁଥା ମରାମରିର ପୂରା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।
ଦେଶର ଜାତୀୟ ରାଜଧାନୀ ଦିଲ୍ଲୀର ଉଦ୍ୟୋଗ ବିହାର ମେଟ୍ରୋ ଷ୍ଟେସନ ନିକଟରେ ଥିବା ଗୋଟିଏ ଛୋଟିଆ ଗଳିରେ ଏହି ଘଟଣା ଘଟିଛି। ୨୩ ବର୍ଷୀୟ ରୋହିତ ଅଗ୍ରୱାଲ ଓ ୨୦ ବର୍ଷୀୟ ଘନଶ୍ୟାମ ସ୍କୁଟିରେ ଥିବା ବେଳେ ଦୁଇ ଅଭିଯୁକ୍ତ ବାଇକ୍ରେ ଆସିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ଶେଷରେ ୪ ଜଣ ଯାକ ପରସ୍ପରକୁ ଆକ୍ରମଣ କରିଥିଲେ। କିଛି ସମୟ ଧରି ହାତାହାତି ହେବା ପରେ ଜଣେ ଯୁବକ ହଠାତ୍ ନିଜ ପାଖରେ ରଖିଥିବା ଛୁରୀ କାଢ଼ି ସ୍କୁଟିରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ତଳେ ପକାଇ ବାରମ୍ବାର ଏହା ଭୁସି ଚାଲିଥିଲା।
ଏତିକି ବେଳେ ଆଉ ଦୁଇ ଜଣ ପରସ୍ପରକୁ ମାଡ଼ ମାରି ଚାଲିଥିଲେ। ଛୁରା ମାଡ଼ରେ ଯୁବକ ଜଣଙ୍କ ତଳେ ଅଚେତ ହୋଇ ପଡ଼ିବା ଯାଏ ସେ ଏହାକୁ ତାଙ୍କ ଶରୀରରେ ଭୁସି ଚାଲିଥିଲା। ପ୍ରଥମ ଯୁବକ ଜଣଙ୍କ ଛୁରା ମାଡ଼ରେ ତଳେ ପଡ଼ିଯିବା ପରେ ଧଳା ଶର୍ଟ ପିନ୍ଧିଥିବା ଯୁବକଙ୍କୁ ବାଇକ୍ରେ ଆସିଥିବା ଦୁଇ ଜଣ ଯୁବକ ମିଳିତ ଭାବେ ଆକ୍ରମଣ କରି ଛୁରୀ ଭୁସି ଚାଲିଥିଲେ। ଉଭୟ ତଳେ ପଡ଼ିଯିବା ପରେ ବାଇକ୍ ଯୋଗେ ସେମାନେ ବେଶ ଆରାମରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।
#Delhi BLIND & BRUTUAL DOUBLE MURDER With help of technical surveillance and human intelligence both accused were apprehended .Upon interrogation, it surfaced that #roadrage between both the parties after #chase lead to double murder*.#CCTV #WATCH #visuals @dcpouter @Dhama_IPS pic.twitter.com/dfesrHhqBr
— ravi jalhotra (@ravijalhotra) March 16, 2021
ଖବର ପାଇ ସ୍ଥାନୀୟ ଲୋକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦୁଇ ଯୁବକଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ୍ ସିସିଟିଭକୁ ଆଧାର କରି ଜଣଙ୍କୁ ଗିରଫ କରିଛି। ହେଲେ ଗିରଫ ଜଣଙ୍କ ନାବାଳକ ହୋଇଥିବାରୁ ତା’ ପରିଚୟ ସାର୍ବଜନୀନ ହୋଇନାହିଁ।
ସେହିପରି ଫେରାର ଥିବା ଅଭିଯୁକ୍ତ ଜଣଙ୍କ ହେଉଛି ପ୍ରଦୀପ କୋହଲି। ପୁଲିସ୍ ତା’କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଦୀପ ଓ ନାବାଳିକାର ବାଇକ୍ ସହ ସ୍କୁଟି ଚାଳକଙ୍କ ଦୁର୍ଘଟଣା ହୋଇଥିଲା। ଏହାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ପାଟିତୁଣ୍ଡ ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି। ପୁଲିସ୍ ଦୁଇ ଅଭିଯୁକ୍ତଙ୍କ ବାଇକ ଏବଂ ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରିଛି।
The post ସିସିଟିଭିରେ କଏଦ ହେଲା ଡବଲ ମର୍ଡର, ବାରମ୍ବାର ଛୁରୀ ଭୁସି ହତ୍ୟା appeared first on Odisha Reporter.
from Odisha Reporter https://ift.tt/2OB2zMm
No comments:
Post a Comment