ଅଣ୍ଡରଓ୍ୱାର୍ଲଡ ଡନର ବନ୍ଧୁ ପରମବୀର ସିଂହ, ଗୁମର ଖୋଲିଲେ ସହକର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

ଅଣ୍ଡରଓ୍ୱାର୍ଲଡ ଡନର ବନ୍ଧୁ ପରମବୀର ସିଂହ, ଗୁମର ଖୋଲିଲେ ସହକର୍ମୀ

ନୂଆଦିଲ୍ଲୀ: ଅଣ୍ଡରଓ୍ୱାର୍ଲଡ ଡନ ଓ ଅପରାଧୀଙ୍କ ବନ୍ଧୁ ପରମବୀର ସିଂହ। ଅପରାଧୀଙ୍କୁ ସୁରକ୍ଷା ଦେଉଥିଲେ ମୁମ୍ୱାଇର ଏହି ପୂର୍ବତନ ପୁଲିସ କମିଶନର। ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ଅଧିନରେ କାମ କରୁଥିବା ପୁଲିସ ଇନସପେକ୍ଟର। ଯାହାକୁ ନେଇ ଅଡ଼ୁଆରେ ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ। ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଏହି ହୋମଗାର୍ଡ ଡିଜି। ମନସୁଖ ହିରେନ ମାମଲାରେ ସଚିନେ ବାଜେଙ୍କୁ ସୁରକ୍ଷା ଦେବା ସହିତ ଅଣ୍ଡରଓ୍ୱାର୍ଲଡ ଲିଙ୍କ ଓ ଅନ୍ୟାନ୍ୟ କାର୍ଯ୍ୟଶୈଳୀ ପାଇଁ ପରମବୀର ଚାକିରିରୁ ବିଦା ହୋଇପାରନ୍ତି। ନିକଟରେ ତାଙ୍କୁ ପୁଲିସ କମିଶନର ପଦବୀରୁ ହଟାଇବା ବେଳେ ଗୃହମନ୍ତ୍ରୀ କହିଥିଲେ ପରମବୀର ଅନେକ ମାମଲାର ତଦନ୍ତରେ ତ୍ରୁଟି ରହିଛି। ଯାହାକି କ୍ଷମାଯୋଗ୍ୟ ନୁହେଁ। ଏବେ ତାଙ୍କର ସହକର୍ମୀ ଅଭିଯୋଗ କରିଛନ୍ତି କିଭଳି ଜଣେ ହତ୍ୟା ଅଭିଯୁକ୍ତକୁ ପରମବୀର ପୁଲିସ କମିଶନର ପଦବୀରେ ଥାଇ ସୁରକ୍ଷା ଦେଇଥିଲେ।

ମୁମ୍ୱାଇ ପୁଲିସର ଇନସପେକ୍ଟର ଅନୁପ ଏସ ଡାଙ୍ଗେ କହିଛନ୍ତି, ସେ ଏକ ହତ୍ୟା ମାମଲାର ତଦନ୍ତ କରିବାକୁ ଯାଇ ପରମବୀର କିଭଳି ତାଙ୍କୁ ହଇରାଣ କରିଥିଲେ ଏବଂ ନିଲମ୍ୱିତ ହୋଇଥିଲେ ସେ ବାବଦରେ ମୁହଁ ଖୋଲିଛନ୍ତି। ଏଥିସହ ସେହି ହତ୍ୟା ମାମଲାର ଅଭିଯୁକ୍ତଙ୍କ ସହିତ ପରମବୀରଙ୍କ ଭଲ ସମ୍ପର୍କ ରହିଥିବା ସେ ଦାବି କରିଛନ୍ତି। ଆଉ ସେହି ଅଭିଯୁକ୍ତ ଅଣ୍ଡରଓ୍ୱାର୍ଲଡ ଡନ ସହ କାମ କରନ୍ତି ବୋଲି ଡାଙ୍ଗେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି ଇନସପେକ୍ଟର ଡାଙ୍ଗେ।

ଡାଙ୍ଗେ ଚିଠିରେ ଲେଖିଛନ୍ତି, ନଭେମ୍ୱର ୨୨, ୧୦୧୯ରେ ଜିତୁ ନାଭଲାନି ତାଙ୍କୁ ଧମକ ଦେଇଥିଲେ। Dirty Buns Sobo cluର ମାଲିକ ହେଉଛନ୍ତି ଜିତୁ ନାଭଲାନି। ପବ୍ ବନ୍ଦ କରିବା ସମୟରେ ସେ ଖୋଲା ରଖିଥିଲେ। ଏହି ସମୟରେ ଡାଙ୍ଗେ ବନ୍ଦ କରିବାକୁ କହିବାରୁ ଜିତୁ ତାଙ୍କୁ ଧମକ ଦେଇଥିଲେ। ପରମବୀର ସିଂହଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି ବୋଲି କହି ଜିତୁ ତାଙ୍କୁ ଧମକ ଦେଇଥିବା ସେ ଚିଠିରେ ଲେଖିଛନ୍ତି। ପରମବୀର ସେତେବେଳେ ଦୁର୍ନୀତି ନିବାରଣ ବିଭାଗର ଡିଜି ଥିଲେ।

ଆଉ ସେହି ଦିନ ଭାରତ ଶାହ ଜଣେ ପୁଲିସ କର୍ମୀଙ୍କୁ ହତ୍ୟା କରିଥିଲେ। ଶାହ ହେଉଛନ୍ତି ୟଶ ରାଜିବ ମେହେଟାଙ୍କ ନାତି। ତାଙ୍କର ସିନେମା ଏବଂ ହୀରା ବ୍ୟବସାୟ ରହିଛି। ହତ୍ୟା ମାମଲାରେ ଡାଙ୍ଗେ ଏଫଆଇଆର ଦାଖଲ କରି ତଦନ୍ତ କରୁଥିଲେ। ଏହାରି ପରେ ଫେବୃଆରୀ ୨୦୨୦ରେ ପରମବୀର ପୁଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଉ ପୁଲିସ କର୍ମୀଙ୍କୁ ହତ୍ୟା ମାମଲାରେ ଚାର୍ଜଶିଟ୍ ଦାଖଲ ନକରିବାକୁ ତାଙ୍କୁ ପରମବୀର କହିଥିବା ଡାଙ୍ଗେ ଚିଠିରେ ଲେଖିଛନ୍ତି।

ଏମିତିକି ଏହି ମାମଲାର ରଫାଦଫା କରିବା ପାଇଁ ପରମବୀର ଜିତୁ ନେଭଲାନିଙ୍କୁ ମେରାଇନ ଡ୍ରାଇଭ ଥାନା ସମ୍ମୁଖରେ ଥିବା ମୋତି ମହଲ ବିଲ୍ଡିଂର ପ୍ରଥମ ମହଲାରେ ଥିବା ଏକ ଘରୋଇ ଫ୍ଲାଟରେ ଭେଟିଥିଲେ। ଜିତୁ ନାଭଲାନି ଭାରତ ଶାହା ସହ ଯୋଗାଯୋଗରେ ଥିଲେ। ଏହି ଫ୍ଲାଟକୁ ଶାରଦୁଲ ସିଂ ବାୟା ଭଡା ନେଇଥିଲେ।

ଡାଙ୍ଗେ କହିଛନ୍ତି ଜାତୁ ନାଭଲାନି ଚାର୍ଜଶିଟରୁ ତାଙ୍କ ନାମ ହଟାଇବାକୁ ଚାହୁଁଥିଲା। ଏଭଳି କରି ତାଙ୍କୁ ଉଚିତ ଶିକ୍ଷା ଦେବାକୁ ଚେଷ୍ଟା କରୁଥିଲା ବୋଲି ଡାଙ୍ଗେ ଦାବି କରିଛନ୍ତି। ଏମିତିକି ଅନ୍ୟତ୍ର ବଦଳି ନହେବାକୁ ଚାହୁଁଥିଲେ ୫୦ ଲକ୍ଷ ଟଙ୍କା ମାଗିଥିଲେ ବାୟସ ନାମକ ଯୁବକ। ଆଉ ଏସବୁ ପରମବୀରଙ୍କ ଇସାରାରେ ହେଉଥିଲା ବୋଲି ସେ ଦାବି କରିଛନ୍ତି।

ପରେ ଜୁଲାଇ ୨୦୨୦ରେ, ଡାଙ୍ଗେ ନିଲମ୍ବିତ ହୋଇଥିଲେ। ଏହାପରେ ପୁନଃ ଅବସ୍ଥାପିତ ପାଇଁ ବାୟସ ୨ କୋଟି ଟଙ୍କା ମାଗିଥିଲେ। ଏହାପରେ ଡାଙ୍ଗେ ନିଜ ଅନୁସନ୍ଧାନ ଜରିଆରେ ଜାଣିବାକୁ ପାଇଥିଲେ ଜିତୁ ନାଭଲାନିଙ୍କର ପରମବୀର ସିଂହଙ୍କ ଭଲ ସମ୍ପର୍କ ରହିଛି।

ଡାଙ୍ଗେ କହିଛନ୍ତି ଦେୱାନ ବ୍ରଦର୍ସଙ୍କ ସହ ସିଂ ଏବଂ ନବଲାନିଙ୍କର ଲିଙ୍କ୍ ରହିଛି। ଯିଏକି ଅଣ୍ଡରୱାର୍ଲ୍ଡ ଡନ୍ ଇକବାଲ ମିର୍ଚି ସହ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଛି। ନଭଲାନି ଅଣ୍ଡରଓ୍ୱାର୍ଲଡର ଏକ ମଧ୍ୟସ୍ଥି।

The post ଅଣ୍ଡରଓ୍ୱାର୍ଲଡ ଡନର ବନ୍ଧୁ ପରମବୀର ସିଂହ, ଗୁମର ଖୋଲିଲେ ସହକର୍ମୀ appeared first on Odisha Reporter.



from Odisha Reporter https://ift.tt/3rcV7nQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages