ସାଂସଦ ଅଭିଷେକ ବାନାର୍ଜୀଙ୍କ ଶ୍ୱଶୁର ଓ ଶାଳୀଙ୍କ ସ୍ୱାମୀଙ୍କୁ ସିବିଆଇ ସମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 12, 2021

ସାଂସଦ ଅଭିଷେକ ବାନାର୍ଜୀଙ୍କ ଶ୍ୱଶୁର ଓ ଶାଳୀଙ୍କ ସ୍ୱାମୀଙ୍କୁ ସିବିଆଇ ସମନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଯେତିକି ପାଖରେ ଆସୁଛି ସିବିଆଇ ମଧ୍ୟ ରାଜ୍ୟରେ ସେତିକି ସକ୍ରିୟ ହେବାରେ ଲାଗିଛି। କୋଇଲା ଚୋରା ଚାଲାଣ ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଶ୍ୱଶୁର ଘରର ସଦସ୍ୟଙ୍କୁ ଜେରା କରିବାକୁ ନିଷ୍ପତ୍ତି ନେଇଛି।

ଏଥିପାଇଁ କୋଇଲା ଚୋରା ଚାଲାଣ ଘଟଣାରେ ପଚାରା ଉଚରା କରିବା ପାଇଁ ଅଭିଷେକଙ୍କ ଶ୍ୱଶୁର ଓ ଶାଳୀଙ୍କ ସ୍ୱାମୀଙ୍କୁ ସିବିଆଇ ସମନ କରିଛି। ସେମାନଙ୍କୁ ମାର୍ଚ୍ଚ ୧୫ ତାରିଖରେ ସିବିଆଇର କୋଲକାତା ୟୁନିଟ୍‌ରେ ହାଜର ହେବାକୁ କୁହାଯାଇଛି। ସୂଚନା ଅନୁସାରେ, ପୂର୍ବରୁ କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ପଚାର ଉଚରା କରିଥିଲେ। ତାଙ୍କ ଠାରୁ କିଛି ତଥ୍ୟ ମିଳିଲା କି ନାହିଁ, ସେ ବିଷୟରେ ସିବିଆଇ ଏଯାଏ କିଛି ବି କହିନାହିଁ।

ସେହିପରି ତାଙ୍କ ଶାଳୀ ମାନେକା ଗମ୍ଭୀରଙ୍କୁ ମଧ୍ୟ ସିବିଆଇ ଜେରା କରି ସାରିଛି। ଏସବୁ ଭିତରେ ଆଜି ସିବିଆଇ ପବନ ଓ ଅଙ୍କୁଶ ଅରୋରାଙ୍କୁ ହାଜର ପାଇଁ ସମନ କରିଛି। ଅଙ୍କୁଶ ହେଉଛନ୍ତି ଅଭିଷେକ ବାନାର୍ଜୀଙ୍କ ଶାଳୀ ମାନେକା ଗମ୍ଭୀରଙ୍କ ସ୍ୱାମୀ। ସେହିପରି ପବନ ହେଉଛନ୍ତି ଅଭିଷେକଙ୍କ ଶ୍ୱଶୁର। ଏମାନଙ୍କୁ ବେଆଇନ କୋଇଲା ଖଣି ଓ ଇଷ୍ଟର୍ଣ୍ଣ କୋଲଫଲ୍ଡିସ ଲିଃରୁ କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପଚରାଉଚରା କରିବ।

The post ସାଂସଦ ଅଭିଷେକ ବାନାର୍ଜୀଙ୍କ ଶ୍ୱଶୁର ଓ ଶାଳୀଙ୍କ ସ୍ୱାମୀଙ୍କୁ ସିବିଆଇ ସମନ appeared first on Odisha Reporter.



from Odisha Reporter https://ift.tt/2OnOZvH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages