ବଢ଼ିଲା ସଚିନଙ୍କ ଅଡ଼ୁଆ, ଘରୁ ମିଳିଛି ବିପୁଳ ସଂଖ୍ୟାରେ ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 25, 2021

ବଢ଼ିଲା ସଚିନଙ୍କ ଅଡ଼ୁଆ, ଘରୁ ମିଳିଛି ବିପୁଳ ସଂଖ୍ୟାରେ ଗୁଳି

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖକୁ ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାରେ ଗିରଫ ନିଲମ୍ବିତ ଏପିଆଇ ସଚିନ ବାଜେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏନଆଇଏ ହେପାଜତରେ ଥିବା ସଚିନଙ୍କ ଘରୁ ସର୍ଚ୍ଚ ଅପରେସନ ବେଳେ ୬୨ଟି ହିସାବ ନଥିବା ଜୀବନ୍ତ ଗୁଳି ଜବତ କରାଯାଇଛି।

ଏ ସମ୍ପର୍କରେ ଏନଆଇଏ କୋର୍ଟଙ୍କୁ ଅବଗତ କରାଇଛି। ସେହିପରି ସରକାରଙ୍କ ପକ୍ଷରୁ ତାଙ୍କ ନାଁରେ ଅନୁମୋଦନ ହୋଇଥିବା ୩୦ଟି ବୁଲେଟ୍‌ ମଧ୍ୟରୁ ମାତ୍ର ୫ଟି ଏନଆଇଏ ଜବତ କରିଛି। ବାକି ୨୫ଟିର ହିସାବ ସଚିନଙ୍କ ପାଖରେ ନାହିଁ। ସେ ଏହାକୁ କେଉଁଠି ବ୍ୟବହାର କରିଛନ୍ତି, ସେକଥା ଏନଆଇଏ ବର୍ତ୍ତମାନ ଖୋଜିବା ଆରମ୍ଭ କରିଛି। କୋର୍ଟଙ୍କୁ ଏନଆଇଏ ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ ଅନୀଲ ସିଂହ ଏକଥା ଜଣାଇବା ସହ ସଚିନ ବାଜେଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିବାକୁ ଦାବି କରିଥିଲେ।

ସ୍ୱତନ୍ତ୍ର ବିଚାରପତି ପ୍ରଶାନ୍ତ ଆର ସିତ୍ରେ ଏକଥା ଶୁଣି ସଚିନ ବାଜେଙ୍କୁ ଏପ୍ରିଲ ୩ ଯାଏ ଏନଆଇଏ ହେପାଜତକୁ ପଠାଇଛନ୍ତି। ଶ୍ରୀ ସିଂହ କୋର୍ଟଙ୍କୁ କହିଥିଲେ ଯେ ଜଣେ ପୁଲିସ୍‌ ଅଫିସରଙ୍କୁ ଯେଉଁ ସବୁ ସାମଗ୍ରୀ ଦିଆଯାଇଥାଏ, ସେଥିପାଇଁ ସେ ନିଜେ ଉତ୍ତରଦାୟୀ ରୁହନ୍ତି। ସରକାରଙ୍କ ପକ୍ଷରୁ ସଚିନ ବାଜେଙ୍କୁ ୩୦ଟି ବୁଲେଟ୍‌ ଦିଆଯାଇଥିଲା। କିନ୍ତୁ ଏବେ ତାଙ୍କ ପାଖରୁ ୫ଟି ଗୁଳି ମିଳିଛି। ବାକି ୨୫ଟି ଗୁଳି ସେ କେଉଁଠି ବ୍ୟବହାର କରିଛନ୍ତି ଓ କ’ଣ ପାଇଁ ଏହାର ରେକର୍ଡ ମେଣ୍ଟେନ କରିନାହାନ୍ତି, ତାହା ବର୍ତ୍ତମାନ ତଦନ୍ତ କରାଯାଉଛି।

ସେହିପରି ତାଙ୍କ ଘରୁ ବିପୁଳ ସଂଖ୍ୟାରେ ହିସାବ ନଥିବା ଗୁଳି ମିଳିଛି। କ’ଣ ପାଇଁ ସେ ନିଜ ଘରେ ଏତେ ଗୁଳି ରଖିଥିଲେ? ଏହା ପଛରେ କିଛି ଗଭୀର ଷଡ଼ଯନ୍ତ୍ର ରହିଛି କି? ସଚିନ ବାଜେ ନକଲି ଆଧାର କାର୍ଡ ଜରିଆରେ ଓବେରଇ ହୋଟେଲରେ ସୁଟ୍ ବୁକିଂ କରୁଥିଲେ। ୧୦୦ ଦିନରେ ସେ ୧୨ ଲକ୍ଷ ଟଙ୍କା ଏଥିପାଇଁ ଦେଇଛନ୍ତି। ଏହା ପଛରେ ଥିବା କାରଣ ଜାଣିବା ପାଇଁ ସଚିନ ବାଜେଙ୍କ ରିମାଣ୍ଡ ବୃଦ୍ଧି କରିବା ଦରକାର ବୋଲି ସେ କହିଥିଲେ। ଏହାପରେ କୋର୍ଟ ସଚିନ ବାଜେଙ୍କୁ ରିମାଣ୍ଡରେ ପଠାଇଛନ୍ତି।

ଫେବୃଆରୀ ୨୫ରେ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଗୋଟିଏ ପରିତ୍ୟକ୍ତ ସ୍କର୍ପିଓ ମିଳିଥିଲା। ସର୍ଚ୍ଚ ଅପରେସନ ବେଳେ ଏହା ମଧ୍ୟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ଏହାର ତଦନ୍ତ ଏନଆଇଏ ନେବା ପରେ ମାର୍ଚ୍ଚ ୧୩ରେ ସଚିନ ବାଜେଙ୍କୁ ଗିରଫ କରିଥିଲା।

The post ବଢ଼ିଲା ସଚିନଙ୍କ ଅଡ଼ୁଆ, ଘରୁ ମିଳିଛି ବିପୁଳ ସଂଖ୍ୟାରେ ଗୁଳି appeared first on Odisha Reporter.



from Odisha Reporter https://ift.tt/2NWmfKk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages