ଘାଇକୁ ଖସିପଡ଼ିଲା ବସ୍‌, ୬ ଜଣଙ୍କ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ଘାଇକୁ ଖସିପଡ଼ିଲା ବସ୍‌, ୬ ଜଣଙ୍କ ଜୀବନ ଗଲା

ଚାମ୍ବା: ପୁଣିଥରେ ହିମାଚଳପ୍ରଦେଶର ଚାମ୍ବାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଠାକାର ପାହାଡ଼ିଆ ଓ ସଂକୀର୍ଣ୍ଣ ରାସ୍ତାରେ ଯାଉଥିବା ଗୋଟିଏ ଯାତ୍ରୀବାହୀ ବସ୍‌ ଘାଇକୁ ଖସି ପଡ଼ିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବସ୍‌ଟି ଟୀସାରେ ଥିବା ମଙ୍ଗଲିରୁ ଯାତ୍ରୀଙ୍କୁ ଧରି ଚାମ୍ବା ଆସୁଥିଲା। ତେବେ ଅଧା ବାଟରେ ପାହାଡ଼ିଆ ରାସ୍ତା ଯୋଗୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇଥିଲେ।

ଫଳରେ ବସଟି ଘାଇକୁ ଖସି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଆହତଙ୍କୁ ଚାମ୍ବା ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି।

ଗତବର୍ଷ ନଭେମ୍ବରରେ ଚାମ୍ବା-ଖଜ୍ଜିଆର ରାସ୍ତାରେ ଭାରସାମ୍ୟ ହରାଇ ଗୋଟିଏ କାର ଘାଇରେ ଖସି ପଡ଼ିବାରୁ ୩ ଜଣଙ୍କ ଜୀବନ ଯାଇଥିଲା।

The post ଘାଇକୁ ଖସିପଡ଼ିଲା ବସ୍‌, ୬ ଜଣଙ୍କ ଜୀବନ ଗଲା appeared first on Odisha Reporter.



from Odisha Reporter https://ift.tt/3qzl80a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages