ଜୟପୁର: ଟ୍ରେନ୍ର କୋଚ୍ରେ ଜନ୍ମଦିନ କିମ୍ବା ଅଲଗା କିଛି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଛନ୍ତି କି? ଯଦି ହଁ, ତା’ହେଲେ ଏଣିକି ଆପଣଙ୍କୁ ଏହାର ସୁବିଧା ମିଳିପାରିବ। କାରଣ ଜନ୍ମ ଦିନ ଉତ୍ସବ ଠାରୁ ଆରମ୍ଭ କରି ଯେକୌଣସି କାର୍ଯ୍ୟକ୍ରମ ପାଇଁ ଜୟପୁର ମେଟ୍ରୋ କୋଚଗୁଡ଼ିକୁ ଲୋକମାନଙ୍କୁ ଭଡ଼ାରେ ଦେବାକୁ ନିଷ୍ପତ୍ତି ହୋଇଛି। ଜୟପୁର ମେଟ୍ରୋର କର୍ତ୍ତୃପକ୍ଷ ଆଜି ଏହି ଘୋଷଣା କରିଛନ୍ତି। ଅଧିକ ରାଜସ୍ୱ ସଂଗ୍ରହ ପାଇଁ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ପୂର୍ବରୁ ମେଟ୍ରୋ କୋଚଗୁଡ଼ିକୁ କେବଳ ଛୋଟିଆ ବିଜ୍ଞାପନ ପାଇଁ ଭଡ଼ାରେ ଦିଆଯାଉଥିବା। କିନ୍ତୁ ଏବେ ଜନ୍ମଦିନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଲୋକମାନେ କୋଚଗୁଡ଼ିକୁ ଭଡ଼ାରେ ନେଇପାରିବେ। ବିଜ୍ଞପ୍ତି ଅନୁସାରେ, ୪ ଘଣ୍ଟା ପାଇଁ ଗୋଟିଏ କୋଚ୍ର ଭଡ଼ା ବାବଦରେ ୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଅତିରକ୍ତ ସମୟ ପାଇଁ ଘଣ୍ଟାଏ ପିଛା ୧ ହଜାର ଟଙ୍କା ଦେବାକୁ ପଡ଼ିବ।
ଏହାର ଅର୍ଥ ଯଦି ଜଣେ ବ୍ୟକ୍ତି ୪ଟି ମେଟ୍ରୋ କୋଚ୍ ୪ ଘଣ୍ଟା ପାଇଁ ଭଡ଼ାରେ ନେଉଛନ୍ତି, ତା’ହେଲେ ତାଙ୍କୁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ।
ସେହିପରି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀଗୁଡ଼ିକ ବିଜ୍ଞାପନ ପାଇଁ ବ୍ୟବହାର କରୁଥିବା ବ୍ୟାନର, ଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ମେଟ୍ରୋ ଷ୍ଟେସନରେ ମିଳିବ।
The post ଏଣିକି ଜନ୍ମଦିନ ପାର୍ଟି ପାଇଁ ଭଡ଼ାରେ ମିଳିବ ମେଟ୍ରୋ କୋଚ୍ appeared first on Odisha Reporter.
from Odisha Reporter https://ift.tt/3tJdQJv
No comments:
Post a Comment