ନ୍ୟୁୟର୍କ: ସାରା ବିଶ୍ୱ ଏବେ ଆଧୁନିକୀକରଣ ମୁହାଁ। ଲୋକଙ୍କ ହାତରେ ସ୍ମାର୍ଟ ମୋବାଇଲ, ସ୍ମାର୍ଟ ଓ୍ୱାଚ ଓ ରିମୋର୍ଟ ରହିଛି। ଏମିତିକି ଘରର ବିଭିନ୍ନ ଉପକରଣ ଏବଂ ଗାଡ଼ି ମଧ୍ୟ ସ୍ମାର୍ଟ ହେଲାଣି। ହେଲେ ଏହି ସମସ୍ତ ଉପକରଣକୁ ସ୍ମାର୍ଟ କରୁଥିବା ସେମି କଣ୍ଡକ୍ଟର ବା ଚିପ୍ ଉତ୍ପାଦନ ସାରା ବିଶ୍ୱରେ କମିଯାଇଥିବା ସୂଚନା ରହିଛି। ଯେଉଁଥିପାଇଁ ମୋବାଇଲ ପାଖରୁ ଆରମ୍ଭ କରି ବିଭିନ୍ନ ଉପକରଣର ଉତ୍ପାଦନ କମିଯାଇଛି।
ସାରା ବିଶ୍ୱରେ ଚିପ୍ର ଅଭାବ ଥିବାରୁ ଗତ ମାସରେ କାର୍ କମ୍ପାନୀ ଜେନେରାଲ ମୋଟର୍ସ ତାର ତିନୋଟି କାର ଫ୍ୟାକ୍ଟ୍ରି ସାମୟିକ ସମୟ ପାଇଁ ବନ୍ଦ କରି ଦେଇଛି। ଏହାପରେ ଟୋୟୋଟା, ଭକ୍ସଓ୍ୱାଗନ, ଫୋର୍ଡ, ହୋଣ୍ଡା ଏବଂ ଫିଆଟ୍ ଭଳି ନାମିଦାମୀ କାର୍ କମ୍ପାନୀ ମଧ୍ୟ କାର୍ ତିଆରି ଉପରେ ସାମୟିକ ରୋକ ଲଗାଇଛନ୍ତି।
ଖାଲି କାର୍ ନୁହେଁ ଏବେ ଅନେକ ଭିଡିଓ ଗେମ୍ ମଧ୍ୟ ତିଆରି ହୋଇପାରୁନଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏ ସମସ୍ୟାର ସମାଧାନ ପାଇଁ ସେ ବିପାରଟିସନ ଗ୍ରୁପର ନିର୍ବାଚିତ ପ୍ରତିନିଧିଙ୍କ ସହିତ ଏ ସଂକ୍ରାନ୍ତରେ କଥା ହୋଇଥିବା ଜଣାପଡ଼ିଛି।
ବାଇଡେନ୍ ଗଣମାଧ୍ୟମକୁ ଚିପ୍ର ଅଭାବ ଥିବା ନେଇ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ‘ଏବେ କମ୍ପ୍ୟୁଟର ଚିପ୍ର ଅଭାବ ରହିଛି। ମୁଁ ହାତରେ ଧରିଥିବା ଏହି ସେମି କଣ୍ଡକ୍ଟରଟି ଏକ ଚିପ୍। ଯେଉଁଥିପାଇଁ ଆମେରିକାର ଅନେକ ଅଟୋମୋବାଇଲ କମ୍ପାନୀକୁ ଧିମା କରି ଦେଇଛି’।
କୋଭିଡ୍ ମହାମାରୀ ପାଇଁ ସାରା ବିଶ୍ୱ ପ୍ରଭାବିତ ହୋଇଛି। ଆମେରିକା ମୁଖ୍ୟତଃ ବିଶ୍ୱରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହେଲେ ଗତବର୍ଷ କୋଭିଡ ଜୋରାଦାର ମାତିଥିବା ବେଳେ ଇଲେକ୍ଟ୍ରୋନିକ୍ସର ସାମଗ୍ରୀର ଚାହିଦା ବଢ଼ିଥିଲା।
ଅନେକ ମୋବାଇଲ୍ କମ୍ପାନୀ 5G ସ୍ମାର୍ଟଫୋନ୍ ତିଆରି କରିଛନ୍ତି। ବିଶ୍ୱରେ 5G ମୋବାଇଲର ଚାହିଦା ବଢ଼ିଛି। 5G ମୋବାଇଲରେ ଅଧିକରୁ ଅଧିକ ଚିପ୍ ବ୍ୟବହାର ହେଉଛି। ତେଣୁ ମୋବାଇଲ କମ୍ପାନୀ ଗୁଡ଼ିକ ଅଧିକରୁ ଅଧିକ ଚିପ୍ କିଣି ନେଇଛନ୍ତି।
ତେବେ ଏହାର ପ୍ରଭାବ ପରୋକ୍ଷରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରେଡ୍ ଓ୍ୱାର ଶିଳ୍ପ ଉପରେ ମଧ୍ୟ ପ୍ରଭାବ ପକାଇଛି। SMIC ଏକ ସେମିକଣ୍ଡକ୍ଟର କମ୍ପାନୀ। ଏହି କମ୍ପାନୀରେ ଚାଇନା ସରକାରଙ୍କ ଆଂଶିକ ମାଲିକାନା ରହିଛି। ଯାହା ବିଶ୍ୱର ମୋଟ ଚାହିଦାର ପ୍ରାୟ ୧୦ ପ୍ରତିଶତ ଏକାକି ଯୋଗାଇଥାଏ।
ଗତ ବର୍ଷ, ଆମେରିକା ସରକାର SMICର ଚିପ୍ ରତ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଯାହାକି ଇଲେକ୍ଟ୍ରୋନିକ୍ସ କମ୍ପାନୀର ଯୋଗାଣକୁ ପ୍ରଭାବିତ କରିଥିଲା। ତେବେ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଏବେ ଏହି ସାମଗ୍ରୀଗୁଡ଼ିକର ଅଭାବ କିଛି ରହିପାରେ। ଆଉ ଏହାର ସିଧା ପ୍ରଭାବ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ପଡ଼ିବ। ତେଣୁ ଆଗାମୀ ଦିନରେ ସ୍ମାର୍ଟ ମୋବାଇଲ, ଓ୍ୱାଚ, କାର ଆଦି ମହଙ୍ଗା ହୋଇପାରେ।
The post ସାରା ବିଶ୍ୱରେ ଚିପ୍ର ଅଭାବ, ବଢ଼ିପାରେ ଇଲେକ୍ଟ୍ରୋନିକ୍ସ ଉପକରଣର ଦାମ୍ appeared first on Odisha Reporter.
from Odisha Reporter https://ift.tt/3kGrZE4
No comments:
Post a Comment