ଛତିଶଗଡ଼କୁ ବନ୍ଦ ହେବ ବସ୍‌ ସେବା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ଛତିଶଗଡ଼କୁ ବନ୍ଦ ହେବ ବସ୍‌ ସେବା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବନ୍ଦ ହୋଇପାରେ ବସ୍ ସେବା। ଏପରି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ରାଜ୍ୟରେ ପୁଣି ଥରେ  କରୋନା ନିଜ କାୟା ମେଲାଇବା ଆରମ୍ଭ କରୁଥିବା ବେଳେ ସୀମାବର୍ତ୍ତୀ ଜିଲ୍ଲା ବଢ଼ାଉଛି ଚିନ୍ତା। ବିଶେଷ କରି ନୂଆପଡ଼ା ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ଛତିଶଗଡ଼ ଲିଙ୍କ ଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ୁଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଏପରି କଡ଼ା ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଇଥିବା ସୂଚନା ଅନୁଯାୟୀ, ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ  ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବାକୁ ଯୋଜନା କରାଯାଉଛି।  ନୂଆପଡ଼ା ଲୋକେ ପଡ଼ୋଶୀ ଛତିଶଗଡ଼କୁ ମୁଖ୍ୟତଃ ମାର୍କେଟିଂ ପାଇଁ ଯାଇଥାନ୍ତି।ଏହାଦ୍ୱାରା ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଛି।

ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର ହେଉଛି। ଏଥିସହ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ବସ୍ ବନ୍ଦ କରାଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।

ହେଲେ ଏନେଇ କୌଣସି ନିର୍ଦ୍ଦେଶନାମା ପହଞ୍ଚି ନ ଥିବା ନୂଆପଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

The post ଛତିଶଗଡ଼କୁ ବନ୍ଦ ହେବ ବସ୍‌ ସେବା! appeared first on Odisha Reporter.



from Odisha Reporter https://ift.tt/3dmF8yy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages