ନୂଆଦିଲ୍ଲୀ: ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଚିକିତ୍ସା ଯୋଗାଇବା ଦରକାର। ସମସ୍ତ ଘରୋଇ ହସ୍ପିଟାଲକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ସରକାରୀ ହସ୍ପିଟାଲକୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ। ପୂର୍ବତନ ଆଇନ୍ ମନ୍ତ୍ରୀ ଅଶ୍ୱୀନ କୁମାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଦେଶର ସର୍ବୋଚ୍ଚ କୋର୍ଟ ଏହି ରାୟ ଶୁଣାଇଛନ୍ତି।
ପୂର୍ବ ଶୁଣାଣିରେ କୋର୍ଟ କହିଥିଲେ ଯେ ବୟସ୍କ ବ୍ୟକ୍ତିଙ୍କୁ ଠିକ୍ ସମୟରେ ପେନ୍ସନ୍ ଦିଆଯିବା ଦରକାର। କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଦରକାର। ଏଥିସହ ସମସ୍ତଙ୍କୁ ଆବଶ୍ୟକୀୟ ଔଷଧ, ସାନିଟାଇଜର, ମାସ୍କ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇବା ଉଚିତ ବୋଲି କୋର୍ଟ କହିଥିଲେ। ବୃଦ୍ଧ ଲୋକଙ୍କୁ କରୋନା ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରୀ ଡାକ୍ତରଖାନାରେ ଏହି ବର୍ଗର ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା ଯୋଗାଇବା ଦରକାର। ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ସମସ୍ୟାର ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଦରକାର।
ଏହାପୂର୍ବରୁ ଅଶ୍ୱାନୀ କୁମାର କହିଥିଲେ ଯେ ମହାମାରୀ ସମୟରେ ବୃଦ୍ଧମାନେ ଅଧିକ ଯତ୍ନ ଏବଂ ସୁରକ୍ଷାରେ ରହିବା ଦରକାର। ଡିସେମ୍ବର ୧୩, ୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ବିଷୟରେ ଅନେକ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ନିର୍ଦ୍ଦେଶଗୁଡିକ ସମସ୍ତ ରାଜ୍ୟ ତଥା ସମ୍ପୃକ୍ତ ଅଧିକାରୀ ପାଳନ କରିବେ।
ସୂଚନାଯୋଗ୍ୟ, ଦେଶର ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। ବହୁବିଧ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତି ଏବଂ ୬୦ରୁ ଅଧିକ ବୟସ୍କ ବ୍ୟକ୍ତି ଏହି ପର୍ଯ୍ୟାୟରେ ଟିକା ନେଉଛନ୍ତି।
The post ‘ବୟସ୍କଙ୍କୁ ପ୍ରାଥମିକତା ଆଧାରରେ ଚିକିତ୍ସା ଯୋଗାଇବା ଦରକାର’ appeared first on Odisha Reporter.
from Odisha Reporter https://ift.tt/3qg9zLs
No comments:
Post a Comment