ନୂଆଦିଲ୍ଲୀ: ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାରେ ନୂଆ ଖୁଲାସା ହୋଇଛି। ଅମ୍ବାନୀଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ଲିଙ୍କ ତିହାର ଜେଲ୍ ସହ ରହିଥିବା ପ୍ରମାଣ ମିଳିଛି। ଗୁରୁବାର ତିହାର ଜେଲ କର୍ତ୍ତୃପକ୍ଷ ସବ୍ ଜେଲ୍ ନଂ୮ରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଗୋଟିଏ ମୋବାଇଲ ଫୋନ ଓ ସିମ କାର୍ଡ ମିଳିଛି। ଏହି ମୋବାଇଲ ଫୋନ୍ରୁ ହିଁ ଟେଲିଗ୍ରାମ ଆକାଉଣ୍ଟ ‘ଜୈଶ-ଉଲ-ହିନ୍ଦ’ ତିଆରି କରାଯାଇଥିଲା।
ଏହି ଆକାଉଣ୍ଟ ଜରିଆରେ ହିଁ ପ୍ରଥମେ ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋରକ ଖଚିତ ଗାଡ଼ି ଠାବ ଘଟଣା ପାଇଁ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରିଥିଲା। ଏଥିସହ ମୁକେଶ ଅମ୍ବାନୀଙ୍କ ଠାରୁ ଟଙ୍କା ମଧ୍ୟ ଦାବି କରାଯାଇଥିଲା। ସୂତ୍ର ଅନୁସାରେ ଜେଲ୍ ନଂ ୮ରେ ତେହସିନ ଅଖତର ଭଳି ଏକାଧିକ ଇଣ୍ଡିଆନ ମୁଜାହିଦ୍ଦିନର ଆତଙ୍କବାଦୀ ରୁହନ୍ତି। ଏଥିସହ ଅଲକାଏଦା ସହ ଲିଙ୍କରେ ଗିରଫ କିଛି ଆତଙ୍କୀ ମଧ୍ୟ ଏଠାରେ ରହୁଛନ୍ତି।
ଗୁରୁବାର ଅଖତରର ବ୍ୟାରେକରୁ ହିଁ ମୋବାଇଲ ଫୋନଟିକୁ ଜବତ କରାଯାଇଥିଲା। ତେଣୁ ଅମ୍ବାନୀ ବିରୋଧୀ ଷଡ଼ଯନ୍ତ୍ରରେ ତା’ର ଭୂମିକା ରହିଥାଏ ପରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ମୁମ୍ବାଇ ପୁଲିସ୍ର ସାଇବର ଏକ୍ସପର୍ଟମାନେ ମୋବାଇଲ ନମ୍ବର ୯୩୧୧…୦୮୯୧କୁ ପ୍ରଥମେ ଟ୍ରାକ୍ କରିଥିଲେ। କାରଣ ଏହି ନମ୍ବର ବ୍ୟବହୃତ ହେଉଥିବା ମୋବାଇଲରୁ ହିଁ ଟେଲିଗ୍ରାମ ଆକାଉଣ୍ଟଟି ତିଆରି କରାଯାଇଥିଲା।
ଟ୍ରାକ୍ ବେଳେ ଜଣାପଡ଼ିଥିଲା ଯେ ମୋବାଇଲଟି ତିହାର ଜେଲ୍ ପାଖରେ ରହିଛି। ଗୁରୁବାର ମୁମ୍ବାଇ ପୁଲିସ୍ର ସ୍ପେଶାଲ ସେଲ ଏହାକୁ ଠାବ କରିବା ପାଇଁ ତିହାର ଜେଲରେ ପହଞ୍ଚିଥିଲା। ଏହି ସମୟରେ ୧୧ ଜଣ କଏଦୀଙ୍କୁ ପଚରାଉଚରା କରାଯାଇଥିଲା। ଶେଷରେ ମୋବାଇଲଟିକୁ ଠାବ କରାଯାଇଥିଲା।
ଉକ୍ତ ମୋବାଇଲ ନମ୍ବରଟି ପୂର୍ବ ଦିଲ୍ଲୀର ରଘୁବର ପୂରାରେ ରହୁଥିବା ଜୟଦୀପ ଲୋଧିୟାଙ୍କ ନାଁରେ ପଞ୍ଜିକୃତ ହୋଇଛି। ଗତବର୍ଷ ଜୁଲାଇରେ ଏହା ଆକ୍ଟିଭ ହୋଇଥିଲା ଓ ଚୋରାରେ ତିହାର ଜେଲ୍କୁ ପଠାଯାଇଥିଲା। ଏହି ଫୋନ୍ ନମ୍ବରରୁ ଯାଞ୍ଚ କରିବା ବେଳେ ପୁଲିସ୍ ୯୭୧୧..୯୮୮୮ ନମ୍ବର ସମ୍ପର୍କରେ ମଧ୍ୟ ସୂଚନା ପାଇଛି। ତେବେ ଏହି ନମ୍ବରଟି ସେପ୍ଟେମ୍ବର ମାସରୁ ବନ୍ଦ ରହିଥିବାରୁ ପୁଲିସ୍ ସାମାନ୍ୟ ଚିନ୍ତାରେ ରହିଛି। ଏହି ନମ୍ବର ଜରିଆରେ ୯୩୧୧…୦୮୯୧କୁ ଆକ୍ଟିଭ କରାଯାଇଥିଲା। ତେଣୁ ପୁଲିସ୍ ଏ ବିଷୟରେ ଖୋଳତାଡ଼ ଆରମ୍ଭ କରିଛି।
ଫେବୃଆରୀ ୨୫ରେ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତି ବାସଭବନ ନିକଟରୁ ବିସ୍ଫୋରକ ଖଚିତ ସ୍କର୍ପିଓ ମିଳିଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରି ବାର୍ତ୍ତା ଦେଇଥିଲା। ତେବେ ପୁଲିସ୍ ଘଟଣାରେ ଏହି ସଂଗଠନର କୌଣସି ଭୂମିକା ନାହିଁ ବୋଲି କହିଥିଲା। ଜୈଶ-ଉଲ-ହିନ୍ଦର କୌଣସି ଅସ୍ଥିତ୍ୱ ନାହିଁ। କେବଳ ତଦନ୍ତକୁ ବାଟବଣା କରିବା ପାଇଁ ବିଭିନ୍ନ ବ୍ୟକ୍ତି ଏହାକୁ ପ୍ରକ୍ସି ଭାବେ ବ୍ୟବହାର କରୁଥିବା ମଧ୍ୟ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା।
The post ଅମ୍ବାନୀ ବିରୋଧୀ ଷଡ଼ଯନ୍ତ୍ରର ତିହାର ଲିଙ୍କ appeared first on Odisha Reporter.
from Odisha Reporter https://ift.tt/3evrdZt
No comments:
Post a Comment