ମୁମ୍ବାଇ: ମହାରାଷ୍ଟ୍ରର ଭନଦୁପ ସ୍ଥିତ ଡ୍ରିମ୍ସ ମଲ୍ ଭିତରେ ଥିବା ସନରାଇଜ୍ ହସ୍ପିଟାଲରେ ରାତି ୧୨.୩୦ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ଅଗ୍ନିକାଣ୍ଡ ବେଳେ ପ୍ରାୟ ୭୬ ଜଣ ରୋଗୀ ଏହି କୋଭିଡ୍ ହସ୍ପିଟାଲରେ ରହିଥିଲେ। ସମସ୍ତଙ୍କୁ ନିକଟରେ ଥିବା ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।
ଡିସିପି ପ୍ରଶାନ୍ତ କଦମ କହିଛନ୍ତି, ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲରେ ଥିବା ୭୬ ଜଣ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଏବେ ସୁଦ୍ଧା ୩୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସନରାଇଜ୍ ହସ୍ପିଟାଲର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ଏହାପରେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିଛି। ଲେଭଲ ୩ ଓ ୪ ଧରଣର ଅଗ୍ନିକାଣ୍ଡ ଘଟିଥିବାରୁ ୨୩ଟି ଦମକଳ ବାହିନୀ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି।
Maharashtra: Fire breaks out at a hospital in Mumbai’s Bhandup; rescue operation on
“Cause of fire is yet to be ascertained. I’ve seen a hospital at mall for the first time. Action to be taken. 70 patients including COVID infected shifted to another hospital,” says Mumbai Mayor pic.twitter.com/sq1K29PVhe
— ANI (@ANI) March 25, 2021
ମୁମ୍ବାଇ ମେୟର କହିଛନ୍ତି, “ହସ୍ପିଟାଲରେ ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନି। ପ୍ରଥମଥର ପାଇଁ ମଲ୍ ଭିତରେ ହସ୍ପିଟାଲ ଥିବା ମୁଁ ଦେଖିବାକୁ ପାଇଛି। ହସ୍ପିଟାଲରେ ୭୦ରୁ ଅଧିକ ରୋଗୀ ଥିଲେ। କରୋନା ଆକ୍ରାନ୍ତମାନେ ମଧ୍ୟ ଏଠାରେ ଚିକିତ୍ସିତ ହେଉଥିଲେ। ସେମାନଙ୍କୁ ସ୍ଥାନୀୟ ଫୋରଟିସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।”
ବର୍ତ୍ତମାନ ନିଆଁ ଆୟତ୍ତ ହୋଇଥିଲେ ହେଁ ମଲ୍ ଓ ହସ୍ପିଟାଲ ଭିତରୁ ଧୂଆଁ ବାହାରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି।
The post କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୨ ରୋଗୀଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି appeared first on Odisha Reporter.
from Odisha Reporter https://ift.tt/3cjRdp4
No comments:
Post a Comment