ଛାନିଆ କଲାଣି କରୋନା, ଆଜିଠୁ ରାଣ୍ଡମ୍‌ ଟେଷ୍ଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 24, 2021

ଛାନିଆ କଲାଣି କରୋନା, ଆଜିଠୁ ରାଣ୍ଡମ୍‌ ଟେଷ୍ଟିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ ପୁଣି ଛାନିଆ କଲାଣି କରୋନାର ଲଂଗ୍ ଜମ୍ପ । ବଢୁଥିବା ସଂକ୍ରମଣ ଯୋଗୁ ଟ୍ୱିନସିଟି ଯେପରି ହଟସ୍ପଟରେ ପରିଣତ ନ ହୁଏ, ସେଥିପାଇଁ ସଜାଗ ହୋଇଛି ପ୍ରଶାସନ । ଭୁବନେଶ୍ୱରର ବିଭିନ୍ନ ହଷ୍ଟେଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଅଧିକ ଟେଷ୍ଟିଙ୍ଗ କରାଯିବ । ଏଥିସହ ବିଭିନ୍ନ ହଷ୍ଟେଲରେ ରାଣ୍ଡମ୍ ଚେକିଂ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।

‍‍‍‍‍‍‍‍‍ବିଏମ୍‌ସି କମିଶନର ରେଲୱେ ଷ୍ଟେଶନରେ ସ୍ଥିତି ପରଖୁଛନ୍ତି।

ଗତକାଲି ମଧ୍ୟ ରେଲେଓ୍ୱ ଷ୍ଟେସନ ଓ ବିମାନ ବନ୍ଦର ପରିଦର୍ଶନ କରି ସ୍କ୍ରିନିଂ ଓ ଟେଷ୍ଟିଙ୍ଗକୁ ଗୁରୁତ୍ୱ ଦେଇଥିଲେ କମିଶନର । ଏଣିକି ପ୍ରତିଦିନ ରେଲେଓ୍ୱ ଷ୍ଟେସନରେ ୨ଶହ ଲୋକଙ୍କର ଟେଷ୍ଟିଙ୍ଗ କରାଯିବ । ପୂର୍ବରୁ ଯେଉଁମାନଙ୍କର ଲକ୍ଷଣ ଥିଲା ସେହିମାନଙ୍କର ଟେଷ୍ଟ କରାଯାଉଥିଲା । କିନ୍ତୁ ବର୍ତମାନ ବିନା ଲକ୍ଷଣରେ ଭାଇରସ ଥିବା ଲୋକ ଆସୁଛନ୍ତି । ତେଣୁ ରେଡ ଫ୍ଲାଗ ଓ ଏବଂ ଅନ୍ୟ ରାଜ୍ୟ ମାନଙ୍କରୁ ଆସୁଥିବା ଲୋକଙ୍କ ରାଣ୍ଡମ୍ ଟେଷ୍ଟିଙ୍ଗ ହେବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ସମଗ୍ର ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଲାଗୁଥିବାରୁ ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ କରୋନା ଗ୍ରାଫ ଉପରମୁହାଁ ହେବାରୁ ମାଲକାନଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଆଜିଠୁ ନବରଙ୍ଗପୁର ଜିଲ୍ଲାରେ ବି ଏହି କଟକଣା ଲାଗୁ କରାଯିବ।

The post ଛାନିଆ କଲାଣି କରୋନା, ଆଜିଠୁ ରାଣ୍ଡମ୍‌ ଟେଷ୍ଟିଂ appeared first on Odisha Reporter.



from Odisha Reporter https://ift.tt/3reK1ic

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages