ଶାଶୁ ଘରେ ହୋଲି ଖେଳିଲେ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 28, 2021

ଶାଶୁ ଘରେ ହୋଲି ଖେଳିଲେ ପ୍ରିୟଙ୍କା

ମୁମ୍ବାଇ: ବିଦେଶରେ ହୋଲି ରଙ୍ଗରେ ରଙ୍ଗୀନ ହୋଇଛନ୍ତି ବଲିଉଡର ଦେଶୀ ଗାର୍ଲ ତଥା ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା। ନିଜର ବିଜି ସେଡ୍ୟୁଲ ଭିତରୁ ସମୟ ବାହାର କରି ସେ ସ୍ୱାମୀ ନିକ୍‌ ଜୋନସ ଏବଂ ତାଙ୍କ ଶାଶୁ ଶ୍ୱଶୁରଙ୍କ ସହ ମିଶି ଲଣ୍ଡନରେ ହୋଲି ଖେଳିଛନ୍ତି। ଏହି ହୋଲି ଖେଳର କିଛି ରଙ୍ଗବେରଙ୍ଗ ଫଟୋକୁ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହି ଫଟୋକୁ  ତାଙ୍କ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିବାରେ ଲାଗିଛନ୍ତି।

ଫଟୋକୁ ସେଆର କରି ପ୍ରିୟଙ୍କା କ୍ୟାପଶନରେ ଲେଖିଛନ୍ତି, “ରଙ୍ଗର ପର୍ବ ହୋଲି, ମୋର ସବୁଠାରୁ ମନପସନ୍ଦ ପର୍ବ। ଅଶା କରୁଛି ଯେ, ଆମେ ସମସ୍ତେ ଆମ ପରିବାରଙ୍କ ସହ ଘରେ ରହି ଏହି ପର୍ବ ପାଳନ କରିବା।” କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରିୟଙ୍କା ନିଜର ଏହି ପୋଷ୍ଟରେ ଲୋକଙ୍କୁ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି। କରୋନା ଯୋଗୁଁ ପ୍ରିୟଙ୍କା ଏବଂ ନିକ୍‌ଙ୍କ ଏହି ହୋଲି ସେଲିବ୍ରେସନରେ କେବଳ ତାଙ୍କ ପରିବାର ଓ ନିକଟ ସମ୍ପର୍କିୟ ମାନେ ହିଁ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ବଲିଉଡର ଦେଶୀ ଗାର୍ଲଙ୍କୁ ଶେଷଥର ପାଇଁ `ଦ ହ୍ୱାଇଟ୍‌ ଟାଇଗର’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଅପୋଜିଟ୍‌ରେ ରାଜକୁମାର ରାଓ ଥିଲେ। ଏବେ ତାଙ୍କ ପାଖରେ କେବଳ ହଲିଉଡ ଫିଲ୍ମର ଅଫର ରହିଛି। ଆଗକୁ ତାଙ୍କର `ମ୍ୟାଟ୍ରିକ୍ସ-୪’ ଏବଂ `କାଓ ବୟ ନିଞ୍ଜା ବାଇକିଂ’ ଭଳି ହଲିଉଡ ଫିଲ୍ମ ଆସିବାର ଅଛି।

The post ଶାଶୁ ଘରେ ହୋଲି ଖେଳିଲେ ପ୍ରିୟଙ୍କା appeared first on Odisha Reporter.



from Odisha Reporter https://ift.tt/3w5sa0N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages