ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ରାଜଧାନୀ ରାଜରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ନୟାପଲ୍ଲୀ ଭିଆଇପି ଏରିଆରେ ଦିନ ଦ୍ୱିପ୍ରହରରେ ଜଣେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏହି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ପୁଲିସ୍ କିଛି ଯୁବକଙ୍କୁ ଗିରଫ କରିଥିବା ବେଳେ ଏପରି ଆକ୍ରମଣ ପଛର କାରଣ ସ୍ପଷ୍ଟ ହୋଇନାହିଁ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମୃତକଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣି ପକାଇଲେ ହାଣି ପକାଇଥିଲେ। ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ପୁଲିସ୍। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଡିସିପିଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ରାଜଧାନୀ ରାଜରାସ୍ତାରେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକ ଓ ଆକ୍ରମଣକାରୀଙ୍କ ମଧ୍ୟରେ କ’ଣ ସମ୍ପର୍କ ତାହା ସ୍ପଷ୍ଟ ହୋଇପାରିନାହିଁ। ଆକ୍ରମଣକାରୀ ସ୍ଥାନୀୟ ଅଞ୍ଚଳର ନା ବାହାରର, ସେମାନେ ଆଗରୁ ଏପରି କାଣ୍ଡ ଘଟାଇଛନ୍ତି କି କ’ଣ ତାହା ଜଣାପଡ଼ିନି।
ସୂଚନାଯୋଗ୍ୟ, କିଛି ମାସ ପୂର୍ବେ ସାମନ୍ତରାପୁରରେ ଏପରି ସମାନ ଘଟଣା ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତିଙ୍କୁ କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ଏବେ ପୁଣି ଥରେ ଏପରି ଘଟଣା ଘଟିବାରୁ ରାଜଧାନୀରେ ସ୍ଥାନୀୟ ଲୋକ କେତେ ସୁରକ୍ଷିତ ତାହା ପ୍ରଶ୍ଚବାଚୀ ସୃଷ୍ଟି କରିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମୃତକଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣି ପକାଇଲେ ହାଣି ପକାଇଥିଲେ।
The post ରାଜଧାନୀ ରାଜରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ appeared first on Odisha Reporter.
from Odisha Reporter https://ift.tt/3sYP87B
No comments:
Post a Comment