ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ଦେଶରୁ ୬୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 27, 2021

ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ଦେଶରୁ ୬୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନ ପାଇଁ ଦେଶରେ ୬୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରୁ ୬୨, ୭୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଆଉ ୩୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୬୨, ୭୧୪ଟି ନୂଆ କେସ୍ ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୧ କୋଟି ୧୯ ଲକ୍ଷ ୭୧ ହଜାର ୬୨୪କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୧୩,୨୩,୭୬୨ ସୁସ୍ଥ ହୋଇସାରିଛନ୍ତି। ୪,୮୬,୩୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୨୮,୭୩୯ ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ସେହିପରି ଏଯାବତ୍ ଦେଶରେ ୬ କୋଟି ୨ ଲକ୍ଷ ୬୯ ହଜାର ୭୮୨ ଲୋକ ଟିକା ନେଇ ସାରିଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କେବଳ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩୫,୭୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ରାଜ୍ୟରେ ଏହି ସମୟ ମଧ୍ୟରେ ୧୪,୫୨୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।

ସେହିପରି ମୁମ୍ବାଇ ସହରରେ ଗତ ୨୪ ଘଣ୍ଟାରେ ୬୧୨୩ଟି ନୂଆ କରୋନା କେସ୍ ସାମ୍ନାକୁ ଆସିଛି। ଏହା ସହିତ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୩,୯୧,୭୫୧ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତକାଲି ଯେଉଁ ରିପୋର୍ଟ ଆସିଥିଲା ସେଥିରେ ଦେଶରେ ୨୪ ଘଣ୍ଟାରେ ୬୨,୨୫୮ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

The post ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ଦେଶରୁ ୬୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3sHuNDK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages