‘ଦଳର ବିଦ୍ରୋହୀ ୨୩ ନେତା ବିଜେପିରେ ସାମିଲ୍ ହେବାକୁ ଚାହୁଁଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

‘ଦଳର ବିଦ୍ରୋହୀ ୨୩ ନେତା ବିଜେପିରେ ସାମିଲ୍ ହେବାକୁ ଚାହୁଁଛନ୍ତି’

କୋଲକାତା: ପଶ୍ଚିମବଙ୍ଗରେ କଂଗ୍ରେସ ବାମଦଳ ସହିତ ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟ ସହିତ ମେଣ୍ଟ କରିଛି। ଏହି ମେଣ୍ଟକୁ ବିରୋଧ କରିଛନ୍ତି କଂଗ୍ରେସର ରାଜ୍ୟସଭା ସାଂସଦ ଆନନ୍ଦ ଶର୍ମା। କଂଗ୍ରେସର ୨୩ ବିଦ୍ରୋହୀ ନେତାଙ୍କ ମଧ୍ୟରେ ଆନନ୍ଦ ଶର୍ମା ରହିଛନ୍ତି। ଏବେ ଏହାର ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ କଂଗ୍ରେସର ମୁଖ୍ୟ ତଥା ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ।

ଆନନ୍ଦ ଶର୍ମା ସୋମବାର ଟ୍ୱିଟ କରି କହିଥିଲେ ଯେ ଆଇଏସଏଫ ଏବଂ ଅନ୍ୟାନ୍ୟ ଦଳ ସହ କଂଗ୍ରେସର ମେଣ୍ଟ ମୂଳ ଆଦର୍ଶ, ଗାନ୍ଧୀବାଦ ଏବଂ ନେହରୁଙ୍କ ଚିନ୍ତାଧାର ବିରୋଧରେ ରହିଛି। ଏହି ମେଣ୍ଟ ଧର୍ମନିରପେକ୍ଷ ବିରୋଧରେ ରହିଛି। ଯାହାକି କଂଗ୍ରେସର ଆତ୍ମା ବା ପରିଚୟ। କଂଗ୍ରେସ ଓ୍ୱାର୍କିଂ କମିଟିରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବା ଉଚିତ୍। ଆମକୁ ସମସ୍ତ ପ୍ରକାର ସାମ୍ପ୍ରଦାୟିକତା ବିରୋଧରେ ଲଢ଼େଇ କରିବାକୁ ପଡିବ।

ଏହାପରେ ଅଧୀର ରଞ୍ଜନ ଏନଡିଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କଂଗ୍ରେସ ଦଳ କ୍ଷମତାରେ ଥିବାବେଳେ ଏହି ସମସ୍ତ (ଜି -୨୩) ନେତାମାନେ ବିଭିନ୍ନ ପଦ ପଦବୀରେ ଥିଲେ। ସେମାନେ ଭାବୁଛନ୍ତି ଯେ କଂଗ୍ରେସକୁ ଆଉ କିଛି ଦେବାର ନାହିଁ। ତେଣୁ ସେମାନେ କଂଗ୍ରେସକୁ ବଦନାମ କରୁଛନ୍ତି।

ଏହାପୂର୍ବରୁ ମଧ୍ୟ ଅଧୀର ରଞ୍ଜନ ଆନନ୍ଦ ଶର୍ମାଙ୍କୁ ଟାର୍ଗେଟ କରି କହିଥିଲେ ଯେ ସେ ବାସ୍ତବତାକୁ ବୁଝନ୍ତି ନାହିଁ। ୨୩ ନେତାଙ୍କ କର୍ତ୍ତବ୍ୟ ହେଉଛି ଦଳକୁ ମଜବୁତ କରିବା। ଯେଉଁ ଗଛକୁ ବଢ଼ାଇଛନ୍ତି ସେ ଗଛକୁ ଦୁର୍ବଳ କରିବା ତାଙ୍କର ଉଦ୍ଦେଶ୍ୟ ନରହୁ।

ଅଧୀର ଆହୁରି କହିଛନ୍ତି ସିପିଏମ୍ ନେତୃତ୍ୱାଧୀନ ମେଣ୍ଟକୁ “ସାମ୍ପ୍ରଦାୟିକ” ବୋଲି କହିବା ନିଷ୍ପତ୍ତି କେବଳ ବିଜେପିର ଧ୍ରୁବିକରଣ ଏଜେଣ୍ଡାକୁ ପୂରଣ କରୁଛି। ଯେଉଁମାନେ ବିଜେପିର ସାମ୍ପ୍ରଦାୟିକତା ସହ ଲଢିବାକୁ ପ୍ରତିଶ୍ରୁତିବଦ୍ଧ, ସେମାନେ ବିଜେପିର ଏଜେଣ୍ଡା ଅନୁଯାୟୀ ମନ୍ତବ୍ୟ ଦେଇ ଦଳକୁ ଦୁର୍ବଳ କରିବା ପରିବର୍ତ୍ତେ ପାଞ୍ଚଟି ରାଜ୍ୟରେ ପ୍ରଚାର କରିବା ଉଚିତ୍।

The post ‘ଦଳର ବିଦ୍ରୋହୀ ୨୩ ନେତା ବିଜେପିରେ ସାମିଲ୍ ହେବାକୁ ଚାହୁଁଛନ୍ତି’ appeared first on Odisha Reporter.



from Odisha Reporter https://ift.tt/3kEWdHi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages