କରୋନାରେ ଚାଲିଗଲେ ରାଷ୍ଟ୍ରପତି ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

କରୋନାରେ ଚାଲିଗଲେ ରାଷ୍ଟ୍ରପତି ପ୍ରାର୍ଥୀ

କଙ୍ଗୋ: ରିପବ୍ଲିକ ଅଫ୍ କଙ୍ଗୋରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହାରି ଭିତରେ ବିରୋଧୀ ଦଳର ପ୍ରାର୍ଥୀ ଗାୟ ବ୍ରାଇସ ପାରୁଇଟ କୋଲେଲାସଙ୍କର ବିୟୋଗ ହୋଇଛି। ଗତ ଶୁକ୍ରବାର ସେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଏୟାରକ୍ରାଫ୍ଟ ଯୋଗେ ଫ୍ରାନ୍ସ ନିଆଯାଉଥିଲା। ଏହି ସମୟରେ ତାଙ୍କର ଦେହାନ୍ତ ହୋଇଛି। ନିର୍ବାଚନ ପୂର୍ବରୁ କୋଲେଲାସଙ୍କ ବିୟୋଗ କଙ୍ଗୋବାସୀଙ୍କ ପାଇଁ ଝଟକା ସାବ୍ୟସ୍ତ ହୋଇଛି।

ଫ୍ରାନ୍ସ 24ର ରିପୋର୍ଟ ଅନୁଯାୟୀ ୬୧ ବର୍ଷୀୟ ଏହି କଙ୍ଗୋ ନେତା ଡାଇବେଟିସ ରୋଗରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ପୂର୍ବରୁ ସେ ତାଙ୍କର ସମର୍ଥକଙ୍କୁ କହିଥିଲେ, ସେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ହେଲେ ଆପଣଙ୍କୁ ସରକାର ପରିବର୍ତ୍ତନ କରିବା ପାଇଁ ଲଢ଼େଇ କରିବାକୁ ହେବ। ସେ ତାଙ୍କ ସମର୍ଥକଙ୍କୁ କହିଥିଲେ ଆପଣଙ୍କ ଆଗାମୀ ପିଢୀର ଭବିଷ୍ୟତ ପାଇଁ ନିର୍ବାଚନରେ ଲଢ଼େଇ କରିବାକୁ ହେବ।

ନିର୍ବାଚନରେ ମୋଟ୍ ୬ ଜଣ ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ। ସେଥିମଧ୍ୟରୁ କୋଲେଲାସ, ରାଷ୍ଟ୍ରପତି ଡେନିସ ସାସେୁା ଏନଗ୍ୟୁଏସୋଙ୍କ (୭୭)ର ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ। ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ କୋଲେଲାସ ପରାଜିତ ହୋଇ ବିରୋଧୀ ଦଳରେ ବସିଥିଲେ। ୧୯୭୯ରୁ ସେଣ୍ଟ୍ରାଲ ଏସିଆରେ ଏବେର ରାଷ୍ଟ୍ରପତି ନିର୍ବାଚିତ ହୋଇଆସୁଛନ୍ତି।

ହେଲେ କଙ୍ଗୋର ଅନେକ ସ୍ଥାନରେ ତାଙ୍କ ବିରୋଧରେ ଜନ ଅସନ୍ତୋଷ ତେଜିଛି। ତେଣୁ କୋଲେଲାସ ରାଷ୍ଟ୍ରପତି ହେବାର ସମ୍ଭାବନା ଅଧିକ ରହିଥିଲା ବୋଲି ଜଣାପଡ଼ିଛି।

 

The post କରୋନାରେ ଚାଲିଗଲେ ରାଷ୍ଟ୍ରପତି ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/2OXW4Dx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages