ଚାଷୀଙ୍କ ପାଇଁ ଅଛେ ଦିନର ସଙ୍କେତ, ‘ଲାଲ ଚାଉଳ’ ନେଲା ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

ଚାଷୀଙ୍କ ପାଇଁ ଅଛେ ଦିନର ସଙ୍କେତ, ‘ଲାଲ ଚାଉଳ’ ନେଲା ଆମେରିକା

ତେଜପୁର: ଭାରତର ଲାଲ ଚାଉଳ (Red Rice) ପଛରେ ପଡ଼ିଲା ଆମେରିକା। ଆସାମରେ ଚାଷ ହେଉଥିବା ଏହି ଚାଉଳ ଗୁରୁବାର ଭାରତରୁ ଆମେରିକାକୁ ରପ୍ତାନୀ ହୋଇଛି। ଏହି ଚାଉଳ ବିନା ସାର ଏବଂ କେମିକାଲରେ ତିଆରି ହେଉଛି। ଅର୍ଥାତ ଅର୍ଗାନିକ। ଅଧିକ ପ୍ରୋଟିନ ମଧ୍ୟ ରହିଛି। ବ୍ରହ୍ମପୁତ୍ର ଘାଟିରେ ଏହି ଚାଉଳ ଅଧିକ ଚାଷ ହେଉଛି।

ଚାଉଳର ଏଭଳି ପ୍ରଜାତିକୁ ‘ବାଓ-ଧାନ’ ବୋଲି କୁହାଯାଏ। ଭାରତରେ ଚାଉଳ ପାଖାପାଖି ୬୦ ହଜାର ପ୍ରଜାତିର ରହିଛି। ଯେଉଁଥିରୁ ବାସୁମତି ଚାଉଳର ଚାହିଦା ସାରା ବିଶ୍ୱରେ ରହିଛି। ଏବେ କିନ୍ତୁ ଭାରତର କଳା ଚାଉଳ ପରେ ଲାଲ ଚାଉଳର ଚାହିଦା ବଢ଼ିବାରେ ଲାଗିଛି। ଯାହାକି ଭାରତର ଚାଷୀଙ୍କ ପାଇଁ ଅଛେ ଦିନର ସଙ୍କେତ ଦେଇଛି।

ପ୍ରମୁଖ ଚାଉଳ ରପ୍ତାନିକାରୀ ଏଲଟି ଫୁଡ୍ ପ୍ରୋସେସିଂ ୟୁନିଟ୍ ଏହି ଲାଲ ଚାଉଳ ରପ୍ତାନୀ କରୁଛି। ରପ୍ତାନୀ ହୋଇଥିବ ଏହି ଲାଲ ଚାଉଳ ହରିଆଣାର ସୋନେପାଟରୁ ଆମେରିକାକୁ ଏପିଡା (APEDA)ର ଅଧ୍ୟକ୍ଷ ଡକ୍ଟର ଏମ ଅଙ୍ଗମୁଥୁ ପଠାଇଥିଲେ। ଏହି ଚାଉଳ ରପ୍ତାନୀ ବଢ଼ିବା ପରେ ବ୍ରହ୍ମପୁତ୍ର ନଦୀ କୂଳରେ ବନ୍ୟା ପାଇଁ କ୍ଷତିଗ୍ରସ୍ତ ହେଉଥିବା ଚାଷୀ ପରିବାରର ଆୟ ବୃଦ୍ଧି ହେବ ବୋଲି କହିଛି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ।ଏପିଡା ଚାଉଳ ରପ୍ତାନୀକୁ ପ୍ରୋତ୍ସାହିତ କରେ। ସରକାର APEDA ଅଧୀନରେ ଚାଉଳ ରପ୍ତାନୀକୁ ପ୍ରୋତ୍ସାହନ କରିବାକୁ ପ୍ରତିଷ୍ଠା କରିଥିଲେ।

ସାରା ବିଶ୍ୱ ଯେତେବେଳେ କୋଭିଡ୍ ମହାମାରୀ ପାଇଁ ପ୍ରଭାବିତ ହୋଇଛି। ସେହି ସମୟରେ ଚାଉଳ ରପ୍ତାନୀରେ ବୃଦ୍ଧି ହୋଇଛି। ହେଲେ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ ବାଧାପ୍ରାପ୍ତ ରହିଛି। ହେଲେ କୋଭିଡ ବେଳେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଚାଉଳ ରପ୍ତାନୀ ସୁନିଶ୍ଚିତ କରିବାକୁ ସରକାର ଚେଷ୍ଟା ଜାରି ରଖିଛନ୍ତି।

୨୦୨୧-୨୧ ଏପ୍ରିଲରୁ ଜାନୁଆରୀ ମଧ୍ୟରେ ବିନା ବାସୁମତି ଚାଉଳ ପରିବହନ ରପ୍ତାନୀ ବୃଦ୍ଧି ଘଟିଛି। ଏପ୍ରିଲରୁ ଜାନୁଆରୀ ୨୦୨୧ ମଧ୍ୟରେ ବିନା ବାସୁମତି ଚାଉଳ ୨୬,୦୫୮ କୋଟି ଟଙ୍କାର ରପ୍ତାନୀ ହୋଇଛି। ହେଲେ ଏପ୍ରିଲ-ଜାନୁଆରୀ ୨୦୨୦ ମଧ୍ୟରେ ଏହା ୧୧,୫୪୩ କୋଟି ଥିଲା।

The post ଚାଷୀଙ୍କ ପାଇଁ ଅଛେ ଦିନର ସଙ୍କେତ, ‘ଲାଲ ଚାଉଳ’ ନେଲା ଆମେରିକା appeared first on Odisha Reporter.



from Odisha Reporter https://ift.tt/2OkG7qi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages