ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ୪ ବର୍ଷ ପରେ ହଜି ଯାଇଥିବା ମାଆକୁ ଫେରି ପାଇଲା ପୁଅ। ପତ୍ନୀକୁ ପୁଣି ଦେଖିଲା ସ୍ୱାମୀ । ଗୁଜରାଟର ଅହମ୍ମଦାବାଦରୁ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ବ୍ରହ୍ମପୁରରୁ ପାଇଛନ୍ତି ତାଙ୍କ ପରିବାର ଲୋକେ। ଏମିତି ଏକ ଚିତ୍ର ବ୍ରହ୍ମପୁରରୁ ଆସିଛି।
ସୂଚନା ଅନୁଯାୟୀ, ଗୁଜରାଟ ଅହମ୍ମଦାବାଦରେ ରହୁଥିବା ବିନଦାସ ପେଶାରେ ଜଣେ ଅଟୋ ଚାଳକ। ତାଙ୍କ ସ୍ତ୍ରୀ ମାନସିକ ରୋଗରେ ଆକ୍ରାନ୍ତ ଥିଲେ। ମହାରାଷ୍ଟ୍ର ସମ୍ପର୍କୀୟଙ୍କ ଘରକୁ ଯିବାକୁ ଜିଦ୍ ଧରି କେଉଁଆଡେ ଚାଲିଯାଇଥିଲେ ତାଙ୍କ ପତ୍ନୀ। ଏମିତି ୪ ବର୍ଷ ପୂର୍ବେ ଅହମ୍ମଦାବାଦରୁ ନିଖୋଜ ହୋଇଯାଇଥିଲେ ସମ୍ପୃକ୍ତ ମହିଳା । ମହିଳାଙ୍କ ନିଖୋଜ ନେଇ ପରିବାର ଲୋକେ ଖୋଜାଖୋଜି କରିବା ସହ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଏହାରି ଭିତରେ ମହିଳା ଜଣକ ବାଟବଣା ହୋଇ ୨୦୧୭ ମସିହାରେ ଏକ ଦୁର୍ଘଟଣାର ଶିକାର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ତାଙ୍କୁ ଚିକିତ୍ସା ପରେ କେହି ନେବାକୁ ନଆସିବାରୁ ମେଡିକାଲ କର୍ତ୍ତୃପକ୍ଷ ଏନଜିଓ ସହାୟତାରେ ବ୍ରହ୍ମପୁର ବୈକୁଣ୍ଠନଗରରେ ଥିବା ମିଶନରିଜ୍ ଅଫ୍ ଚାରିଟି ନାମକ ସଂସ୍ଥାରେ ରଖିଥିଲେ । ଦୀର୍ଘ ୪ ବର୍ଷ ଧରି ଚିକିତ୍ସା ପରେ ସେ ନିଜର ଠିକଣା କହିବାକୁ ସମର୍ଥ ହୋଇଥିଲେ। ଏହାପରେ ‘ପରିଚୟ’ ନାମକ ଏକ ଏନଜିଓ ସହାୟତାରେ ମହିଳାଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରାଯାଇଥିଲା ଖବର ପାଇ ପରିବାର ଲୋକେ ତାଙ୍କୁ ନେବାକୁ ଆସିଛନ୍ତି। ମହିଳା ଜଣକ ତାଙ୍କ ପରିବାର ଲୋକଙ୍କୁ ଫେରି ପାଇଥିବାରୁ ଅ ବେଶ ଖୁଶି ବୋଲି କହିଛନ୍ତି। ସେହିପରି ମାନସିକ ଭାବେ ଦୁର୍ବଳ ମହିଳା ଜଣଙ୍କୁ ବିଭିନ୍ନ ପ୍ରକାର ଚିକିତ୍ସା ପରେ ସେ ଏବେ ସୁସ୍ଥ ହୋଇଥିବା କହିଛନ୍ତି ମିଶନାରିଜ୍ ଅଫ୍ ଚାରିଟି କର୍ତ୍ତୃପକ୍ଷ।
The post ୪ ବର୍ଷ ପରେ ସାଥୀକୁ ଫେରାଇ ଦେଲା ସମୟ, ସ୍ୱାମୀ ପାଇଲେ ସ୍ତ୍ରୀର ଠିକଣା appeared first on Odisha Reporter.
from Odisha Reporter https://ift.tt/31zLDZy
No comments:
Post a Comment