ମୁମ୍ବାଇ: ‘ମୋ ସାମ୍ନାରେ ଯିଏ ବି ଥାଉ, ମୁଁ ତ ବାସ୍ ମାରିଦେବି।’ ନିକଟରେ ରିଲିଜ ହୋଇଥିବା ବହୁ ପ୍ରତିକ୍ଷିତ ବାୟୋପିକ ଫିଲ୍ମ ‘ସାଇନା’ର ଟିଜରରେ କିଛି ଏଭଳି ଡାଏଲଗ ଶୁଣିବାକୁ ମିଳିଛି। ଫିଲ୍ମରେ ପରିଣିତି ଚୋପ୍ରା ମୁଖ୍ୟ ଭୂମିକାରେ ଅଛନ୍ତି। ଟିଜରରେ ପରିଣିତିଙ୍କୁ ପୁରାପୁରି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଲୁକରେ ଦେଖିବାକୁ ମିଳିଛି।
ଅମୋଲ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ପରିଣିତଙ୍କ ବ୍ୟତୀତ ମାନ କୌଲ ମଧ୍ୟ ନଜର ଆସିବେ। ଏଥିରେ ମାନବଙ୍କୁ ସାଇନାଙ୍କ କୋଚ୍ ପୁଲେଲା ଗୋପିଚାନ୍ଦଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଏଥସହ ପରେଶ ରାୱଲଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।
ନିର୍ମାତା ଭୂଷଣ କୁମାରଙ୍କ ଏହି ବାୟୋପିକ ଫିଲ୍ମଟି ଆସନ୍ତା ମାର୍ଚ୍ଚ ୨୬ରେ ପରଦାକୁ ଆସିବ। ପୂର୍ବରୁ ଫିଲ୍ମର ରିଲିଜ ଡେଟକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ମାର୍ଚ୍ଚ ୨୬ରେ ନା ଏପ୍ରିଲ ୯ରେ ରିଲିଜ ହେବ ତାହା ସ୍ପଷ୍ଟ ହୋଇନଥିଲା। କିନ୍ତୁ ଟିଜର ରିଲିଜ ହେବା ପରେ ଫିଲ୍ମର ରିଲିଜ ତାରିଖକୁ ମଧ୍ୟ ଅଫିସିଆଲି ଘୋଷଣା କରାଯାଇଛି।
The post ’ସାମ୍ନାରେ ଯିଏ ବି ଥାଉ, ମୁଁ ମାରିଦେବି’ appeared first on Odisha Reporter.
from Odisha Reporter https://ift.tt/3e4HC6D
No comments:
Post a Comment