‘ବିନା ଦ୍ୱିଧା, ସଙ୍କୋଚରେ କରୋନା ଟିକା ନିଅନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

‘ବିନା ଦ୍ୱିଧା, ସଙ୍କୋଚରେ କରୋନା ଟିକା ନିଅନ୍ତୁ’

ଭୁବନେଶ୍ୱର: କୋଭିଡ୍ ଯୁଦ୍ଧକୁ ବର୍ଷେ ୨ ମାସ ବିତିଲାଣି।  ଏହି ଯୁଦ୍ଧରେ ଆମକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଏହାର ଶ୍ରେୟ କୋଟି କୋଟି ଭାରତୀୟଙ୍କର । ଭାରତର ସଫଳତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। କୋଭିଡ୍ ଯୁଦ୍ଧରେ ବିଜୟର ସମସ୍ତ ଶ୍ରେୟ କୋଟି କୋଟି ଭାରତୀୟଙ୍କର। କୋଭିଡ୍ ଯୁଦ୍ଧରେ ଭାରତୀୟ ବୈଜ୍ଞାନିକଙ୍କ ଉଦ୍ୟମକୁ ଏପରି ଭାବେ ପ୍ରଶଂସା କଲେ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ପ୍ରଶଂସା କରିଥିଲେ ।ଆଜି ଓଟିଭିର OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍‌-୨୦୨୧ରେ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇ କୋଭିଡ ଯୁଦ୍ଧର ଅନୁଭୂତି ବଖାଣିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବାନୁଯାୟୀ, ଭାରତ ଉଦ୍ୟମରେ ୨ଟି ଭ୍ୟାକ୍ସିନ୍ ବାହାରି ସାରିଛି। ଆଉ ୬/୭ଟି ଭ୍ୟାକ୍ସିନ୍ ଉଦ୍ଭାବନ ଅପେକ୍ଷାରେ ରହିଛି। କାଲି ସୁଦ୍ଧା ଦେଶରେ ୧ କୋଟି ୬୬ ଲକ୍ଷ ଲୋକ ଟିକା ନେଇସାରିଲେଣି।

ମନ୍ତ୍ରୀ କହିଥିଲେ,  ରାଷ୍ଟ୍ରବାଦ ଓ ମାନବବାଦ ଆମ ସଂସ୍କାର। ୫୦ରୁ ଅଧିକ ଦେଶକୁ ଭାରତ ଭ୍ୟାକ୍ସିନ୍ ଉପଲବ୍ଧ କରାଇଛି। କୋଭିଡ୍ ମୁକାବିଲାରେ ଭାରତ ବିଶ୍ୱଗୁରୁ ହେବ ବୋଲି କହିଲେ ହର୍ଷବର୍ଦ୍ଧନ । ଏଥିସହିତ ସମସ୍ତଙ୍କୁ ବିନା ସଙ୍କୋଚରେ ଭ୍ୟାକ୍ସିନ୍ ନେବାକୁ ଅନୁରୋଧ କରିଥିଲେ ହର୍ଷବର୍ଦ୍ଧନ।

ଆଜି ଓଟିଭିର OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍‌-୨୦୨୧ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।  ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ଓ ଜାତୀୟସ୍ତରର ଏକାଧିକ ଚିନ୍ତାନାୟକ ବିଭିନ୍ନ ପ୍ରସଙ୍ଗକୁ ନେଇ ମାନସ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ  ଆଲୋଚନାର ବିଷୟ ରହିଛି ‘କୋଭିଡ-୧୯; ମାନବୀୟ ସାମର୍ଥ୍ୟ ବନାମ ଆପଦା’।

ଏଥିରେ ଯୋଗ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, ଭାରତରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ରହିଛି।  ତେଣୁ ବିନା କୌଣସି ସଙ୍କୋଚ, ଦ୍ୱିଧାରେ ଟିକା ନିଅନ୍ତୁ। ଏହାର ସେପରି କୌଣସି  ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଭ୍ୟାକ୍ସିନ ଆସିସାରିଥିବା ବେଳେ କରୋନା ନିୟନ୍ତ୍ରଣରେ ରହିଛି। ହେଲେ ଏହାସତ୍ତ୍ୱେ କରୋନା ଶେଷ ହେଲା ବୋଲି ଭାବିବା ଭୁଲ।   ମାସ୍କ, ସାମାଜିକ ଦୂରତା ଓ ହାତଧୁଆକୁ ମଧ୍ୟ ଗୁରୁତ୍ୱ ଦେବାକୁ କହିଥିଲେ ମନ୍ତ୍ରୀ। ହେଲେ ମାସ୍କ ପିନ୍ଧିବା ସହ ଟିକା ନେବା ଦ୍ୱାରା କରୋନା ଯୁଦ୍ଧରେ ଆମେ ଜୟଯୁକ୍ତ ହୋଇପାରିବା।

ଏବେ ବିଭିନ୍ନ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ିବାକୁ ନେଇ ମନ୍ତ୍ରୀ କହିଛନ୍ତି, ଗହଳିକୁ ନିୟନ୍ତ୍ରଣକୁ ଆଣିବା ସହ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ଉଚିତ। ଏହାଦ୍ୱାରା ପଜିଟିଭ ସଂଖ୍ୟା କମିବ। ହେଲେ କରୋନା କମିଗଲା ଭାବି ଖାମଖିଆଲି ମନୋଭାବ ପୋଷଣ କଲେ ପରିସ୍ଥିତି ସାଂଘାତିକ ହେବ।

The post ‘ବିନା ଦ୍ୱିଧା, ସଙ୍କୋଚରେ କରୋନା ଟିକା ନିଅନ୍ତୁ’ appeared first on Odisha Reporter.



from Odisha Reporter https://ift.tt/3sOOYzy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages